February 17, 2025

ଆରମ୍ଭ ହେଲା ଏସସିବିର ସମ୍ପ୍ରସାରଣ ଅଭିଯାନ

କଟକ,୨୭/୧: ରାଜ୍ୟ ସରକାର ଏସସିବିର ସମ୍ପ୍ରସାରଣ ପାଇଁ ପ୍ୟାକେଜ ଘୋଷଣା ପରେ ସୋମବାରଠାରୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ହାଡିଆପଠାରେ ପ୍ରଶାସନ ପକ୍ଷରୁ ମାଇକରେ ଘୋଷଣା ଆରମ୍ଭ କରାଯାଇଛି। ଏହାପରେ ଦୋକାନ, କ୍ୱାର୍ଟର୍ସ ଓ ବେଆଇନ ଘର ଭଙ୍ଗା କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ତ୍ୱରାନ୍ୱିତ କରିବ। ଏହାବ୍ୟତୀତ ଆଇନାନୁଯାୟୀ ଜମି ମାଲିକଙ୍କଠାରୁ ଜମି ଅଧିଗ୍ରହଣ କରାଯିବ। ଏହି ପ୍ରକ୍ରିୟାରେ ୩ଶହରୁ ଊର୍ଦ୍ଧ୍ୱ ପରିବାର ପ୍ରଭାବିତ ହେବେ। କ୍ଷତିଗ୍ରସ୍ତ ପରିବାରଙ୍କୁ ଯୋବ୍ରା ବ୍ରିଜ ଅପରପାର୍ଶ୍ୱରେ ଥଇଥାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ଏ ନେଇ ମହାନଗର ନିଗମ ସହ ଆଲୋଚନା କରାଯାଇଥିବା ଜଣାପଡିଛି। ଥଇଥାନ ପୁର୍ନବାସ ପ୍ୟାକେଜ କାର୍ଯ୍ୟକାରୀ କରିବା ପାଇଁ କଟକ ଜିଲ୍ଲାପାଳଙ୍କୁ ସରକାର ପାଣ୍ଠି ଯୋଗାଇ ଦେବେ ବୋଲି ଜଣାପଡିଛି।

Spread the love