ମୁମ୍ବାଇ,୨୬ ।୧: ଭାରତ ୭୧ତମ ଗଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଶାହରୁଖ ଖାନଙ୍କ ଦେଶଭକ୍ତି ଇଣ୍ଟରନେଟରେ ଛାଇହୋଇଯାଇଛି । ତାଙ୍କୁ ରିୟଲିଟି ଶୋ ‘ଡ୍ୟାନ୍ସ ପ୍ଲସ ୫’ର ରିପବ୍ଲିକ ଡେ ସେଶାଲ ଏପିସୋଡରେ ଦେଖିବାକୁ ମିଳିଛି । ଶାହରୁଖ ଏଥିରେ ନିଜ ବ୍ୟକ୍ତିଗତ ଜୀବନର ଖାସ କଥା ଶେୟାର କରିଛନ୍ତି । କିଙ୍ଗ ଖାନ କହିଲେ, ମୁଁ ମୁସଲମାନ, ମୋ ପତ୍ନୀ ହିନ୍ଦୁ ଓ ଆମର ପିଲାଛୁଆଙ୍କ ଧର୍ମ ହେଉଛି ହନ୍ଦୁସ୍ତାନ । ମୁଁ କେବେ ହିନ୍ଦୁ-ମୁସଲମାନ କଥା କହିନାହିଁ । ଆମ ପିଲାମାନେ ଯେତେବେଳେ ସ୍କୁଲକୁ ଗଲେ ସେଠାରେ ଫର୍ମରେ ଲେଖିବାକୁ ପଡ଼ିଲା ଯେ ସେମାନଙ୍କ ଧର୍ମ କ’ଣ । ସେତେବେଳେ ଝିଅ ଛୋଟ ଥିଲା । ସେ ମୋତେ ଥରେ ପଚାରିଥିଲା, ବାପା ଆମେ କେଉଁ ଧର୍ମର? ମୁଁ ତାକୁ କହିଥିଲି ଆମେ ଇଣ୍ଡିଆନ । କୌଣସି ଧର୍ମ ନାହିଁ, ରହିବା ବି ଅନୁଚିତ । ଶାହରୁଖଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ ଯେ ଶାହରୁଖ ହିନ୍ଦୁ ଝିଅ ଗୌରୀଙ୍କୁ ବିବାହ କରିଛନ୍ତି । ପୁଅର ନାମ ଆର୍ୟନ ଓ ଝିଅ ସୁହାନା ।
More Stories
ଡିସେମ୍ବର ୧୭ରୁ ମରାମତି ହେବ ରତ୍ନଭଣ୍ଡାର
ସୁଜିତ କୁମାର ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ !!!
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ