July 27, 2024

Satya News

odia news channel

୨୦୨୦ର ପ୍ରଥମ ମନ କୀ ବାତ । ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ଷ ୨୦୨୦ର ‘ପ୍ରଥମ ମନ କୀ ବାତ’ କାର୍ଯ୍ୟକ୍ରମର ପ୍ରସାରଣ ରବିବାର ସନ୍ଧ୍ୟାରେ ହୋଇଛି । ଏଯାଏ ଏହି ରେଡିଓ କାର୍ଯ୍ୟକ୍ରମ ଦିନବେଳା ହେଉଥିଲା ।  ଗଣତନ୍ତ୍ର ଦିବସ ସମାରୋହ ଓ ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ବ୍ୟସ୍ତତାକୁ ନେଇ କାର୍ଯ୍ୟକ୍ରମର ସମୟ ବଦଳାଯାଇଛି । ‘ମନ କୀ ବାତ’ରେ ମୋଦି କହିଛନ୍ତି, ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି…
୧. ଦେଶର କୌଣସି ବି କୋଣରେ ହିଂସା ଜରିଆରେ ସମାଧାନ ଖୋଜୁଥିବା ଲୋକଙ୍କୁ ଅନୁରୋଧ ଯେ ସେମାନେ ଫେରିଆସନ୍ତୁ ।
୨. ଆଜି ପଦ୍ମ ପୁରସ୍କାରଗୁଡ଼ିକର ପୂରା ପ୍ରକ୍ରିୟା ଅନଲାଇନ ହୋଇଯାଇଛି । ଯାହା ପୂର୍ବରୁ କିଛି ଲୋକଙ୍କ ମଧ୍ୟରେ ହିଁ ସୀମିତ ଥିଲା, ଏବେ ସେଥିରେ ସାରା ଦେଶ ସହଭାଗୀ ହେଇଛି ।
. ଆସନ୍ତୁ ନୂଆ ସଂକଳ୍ପର ସହ ନୂଆ ଦଶକର ଶୁଭାରମ୍ଭ କରିବା ଓ ଭାରତ ମାତା ପାଇଁ ଲାଗିପଡ଼ିବା ।
୪. ଆସାମରେ ୮ ଉଗ୍ରପନ୍ଥୀ ଗୋଷ୍ଠୀ ଆତ୍ମସମର୍ପଣ କଲେ ଓ ସେମାନେ ହିଂସାର ରାସ୍ତାକୁ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ । ଏହି ବୁଝାମଣା ମିଜୋରାମ ଓ ତ୍ରିପୁରାର ଜନତା ଏବଂ ସରକାରଙ୍କ ପ୍ରୟାସ ଯୋଗୁ ସମ୍ଭବ ହୋଇଛି ।
୫. ଫେବୃୟାରୀ ୨୨ରୁ କଟକରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ ହେବ, ଯେଉଁଥି ପାଇଁ ୩୦୦୦ରୁ ଊର୍ଦ୍ଧ୍ୱ ଖେଳାଳି ଯୋଗ୍ୟତା ହାସଲ କରିସାରିଛନ୍ତି ।
୬. ସମସ୍ତ ଖେଳାଳିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି । ସେମାନଙ୍କ ମାତାପିତାଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ଦାରିଦ୍ର‌୍ୟକୁ ନିଜ ପିଲାଙ୍କ ରୁଚି ଆଗରେ ପ୍ରତିବନ୍ଧକ ହେବାକୁ ଦେଇନାହାନ୍ତି ।
୭. ଖେଲୋ ଇଣ୍ଡିଆରେ ପ୍ରତିବର୍ଷ ଖେଳାଳିଙ୍କ ପ୍ରତିଯୋଗିତା ବଢ଼ିବାରେ ଲାଗିଛି । ୨୦୧୮ରେ ୩୫୦୦ ପିଲା ଏଥିରେ ଭାଗ ନେଇଥିବାବେଳେ ଏଥର ପ୍ରାୟ ଦୁଇଗଣା ବୃଦ୍ଧି ପାଇଛି । ଆଜି ‘ମନ କୀ ବାତ’ କାର୍ଯ୍ୟକ୍ରମ ଜରିଆରେ ଆସାମ ସରକାର ଓ ଯୁବପିଢ଼ିଙ୍କୁ ଖେଲୋ ଇଣ୍ଡିଆର ସଫଳ ଆୟୋଜନ ପାଇଁ ଅଭିନନ୍ଦନ ଜଣାଉଛି ।
୮. ମୌସୁମୀରେ ଆରମ୍ଭ କରାଯାଇଥିବା ଜଳଶକ୍ତି ଅଭିଯାନ ଜୋରସୋର ଆଗେଇ ଚାଲିଛି ଏବଂ ଏଥିରେ ସବୁ ବର୍ଗର ଲୋକ ଭାଗ ନେଉଛନ୍ତି ।
୯. ପ୍ରଧାନମନ୍ତ୍ରୀ ମୋଦି ବିହାରର ଜଣେ ଯୁବକଙ୍କ ମନ କୀ ବାତ ଚାର୍ଟର ପଢ଼ିଲେ ଓ ସେଥିରେ ଅଟୋଗ୍ରାପ ଦେଇ ଫେରାଇବାର ପ୍ରତିଶ୍ରୁତି ଦେଲେ ।
୧୦. ପ୍ରତି ମାସ ହଜାର ହଜାର ଲୋକ ନିଜ ପ୍ରସ୍ତାବ ଶେୟାର କରୁଛନ୍ତି । ଲୋକଙ୍କ ଅନେକ ଅସାଧାରଣ ଅନୁଭୂବ ଜାଣିବାର ସୁଯୋଗ ମିଳୁଛି । ଦିନ, ମାସ, ବର୍ଷ, ଦଶନ୍ଧି ବଦଳିଯାଏ । କିନ୍ତୁ ଲୋକଙ୍କ ଉତ୍ସାହ ଊଣା ହୁଏନାହିଁ । ଏହା ଚଳିତ ବର୍ଷର ପ୍ରଥମ ‘ମନ କୀ ବାତ’।

Spread the love