January 12, 2026

କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗ

ଭୁବନେଶ୍ୱର,୧୯/୧: ବିଶିଷ୍ଟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କର ରବିବାର ୮୫ ବର୍ଷ ବୟସରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ ଅସୁସ୍ଥତା କାରଣରୁ ବହୁଦିନ ହେବ ଚିକିତ୍ସାଧୀନ ଥିଲେ। ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ସୁନନ୍ଦା ସାହିତ୍ୟ ଓ ସଙ୍ଗୀତରେ ଡକ୍ଟରେଟ ଲାଭ କରିବା ସହ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ତାଙ୍କୁ ଉତ୍କଳ ରତ୍ନ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ, ସଙ୍ଗୀତରେ ନୀଳମାଧବ, ସୁବର୍ଣ୍ଣମୁଖୀ ଭଳି ସେ ୯ଟି ରାଗ ସୃଷ୍ଟି କରିଥିଲେ। ତାଙ୍କ ଉପରେ ନିର୍ମିତ ‘ନୀଳମାଧବ’ ଜାତୀୟ ପୁରସ୍କାର ଲାଭ କରିଥିଲା।

Spread the love