July 27, 2024

Satya News

odia news channel

ଭୁବନେଶ୍ୱରରୁ ସୁରଟକୁ ଆରମ୍ଭ ହେଲା ସିଧା ବିମାନ ସେବା

ଭୁବନେଶ୍ୱର,୨୦/୧: ଭୁବନେଶ୍ୱରରୁ ସୁରଟକୁ ସୋମବାରଠାରୁ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଇଣ୍ଡିଆ ବିମାନ ୧୮୦ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ ୮ଟା ୪୦ରେ ଉଡାଣ ଭରିଥିବାବେଳେ ପୂର୍ବାହ୍ଣ ୧୦ଟା ୪୦ରେ ସୁରତ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ତେବେ ଏହି ସୁବିଧା ଆରମ୍ଭ କରାଯିବା ପଛରେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଅଧିକ ଅବଦାନ ରହିଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ଗୁଜୁରାଟର ସୁରଟରେ ପ୍ରାୟ ୮ଲକ୍ଷ ଓଡ଼ିଆ ବସବାସ କରୁଥିବାରୁ ଭୁବନେଶ୍ୱରରୁ ସେଠାକୁ ସିଧା ବିମାନ ସେବା ଜରୁରୀ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ସେ ବୁଝାଇଥିଲେ। ଏଥିପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ ଏହି ବିମାନ ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରଟକୁ ଯିବ ଏବଂ ଶୁକ୍ରବାର ଓ ରବିବାର ସେଠାରୁ ଭୁବନେଶ୍ୱରକୁ ଆସିବ ବୋଲି ଜଣାପଡ଼ିଛି।

Spread the love