July 27, 2024

Satya News

odia news channel

ଏହି ଯାତ୍ରୀଙ୍କୁ ମାଗଣା ଟିକେଟ ହେଉଛି ସ୍ପାଇସଜେଟ

ଏହି ଯାତ୍ରୀଙ୍କୁ ମାଗଣା ଟିକେଟ ହେଉଛି ସ୍ପାଇସଜେଟ

ନୂଆଦିଲ୍ଲୀ: ବିମାନ କମ୍ପାନୀ ସ୍ପାଇସଜେଟ ପକ୍ଷରୁ ଘୋଷଣା କରାଯାଇଛି ଯେ ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେବାକୁ ଆସୁଥିବା କେତେକ ମତଦାତାମାନଙ୍କୁ ମାଗଣାରେ ଟିକେଟ ଦିଆଯିବ । ଏହି ଯାତ୍ରୀମାନଙ୍କୁ ବେସ ଭଡ଼ା ଦେବାକୁ ପଡ଼ିବ ନାହିଁ । ସେମାନଙ୍କୁ କେବଳ ଅନ୍ୟ ଉପଟିକସ ଦେବାକୁ ପଡ଼ିବ । ଯେଉଁ ଯାତ୍ରୀମାନେ ଭୋଟ ଦେବାକୁ ଦିଲ୍ଲୀ ଯାଇ ସେହିଦିନରେ ଫେରିବେ, ସେମାନେ ଉଭୟ ଅପ ଆଣ୍ଡ ଡାଉନ ଟିକେଟ ମାଗଣାରେ ପାଇବେ । ଯିଏ ୭ ତାରିଖରେ ଯାଇ ୮ରେ ଭୋଟ ଦେବା ପରେ ଫେରିବେ କିମ୍ବା ୮ରେ ଯାଇ ୯ ତାରିଖରେ ଫେରିବେ, ତାଙ୍କର ଗୋଟିଏ ଟିକେଟର ବେସ ଭଡ଼ା ମାଫ କରାଯିବ । ଏଥିଲାଗି ଲୋକେ ୫ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ପଞ୍ଜୀକରଣ କରାଇପାରିବେ । ଯୋଗ୍ୟ ବିବେଚିତ ଯାତ୍ରୀଙ୍କୁ ଏନେଇ ୬ ତାରିଖରେ ସୂଚନା ଦିଆଯିବ । ସୂଚନାଯୋଗ୍ୟ ଯେ ୭୦ ସଦସ୍ୟତା ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବର୍ର୍ର୍ାଚନ ଗୋଟିଏ ପର୍ଯ୍ୟାୟରେ ହେବ । ୮ରେ ଭୋଟ ଗ୍ରହଣ ଓ ୧୧ରେ ଗଣନା କରାଯିବ ।

Spread the love