March 10, 2026

ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଦିଆଯିବ ସୁନନ୍ଦା ସମ୍ମାନ

ଭୁବନେଶ୍ୱର,୨୯/୧: ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଏଣିକି ପ୍ରଦାନ କରାଯିବ ସୁନନ୍ଦା ସମ୍ମାନ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି। ପ୍ରତିବର୍ଷ ସୁନନ୍ଦାଙ୍କ ସ୍ମୃତିରେ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ଏହି ସମ୍ମାନ ପ୍ରଦାନ କରାଯିବ। ଏଥିସହ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର ପ୍ରତିଷ୍ଠା ନେଇ ମଧ୍ୟ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ବୁଧବାର ସୁନନ୍ଦା ପଟ୍ଟନାୟକଙ୍କ ପାଇଁ ରାଜ୍ୟସ୍ତରୀୟ ଶୋକସଭା ପାଳନ ହେବ। ସୁନନ୍ଦାଙ୍କ ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ୟ ଜିନିଷକୁ ସଂରକ୍ଷିତ କରାଯିବାକୁ ମଧ୍ୟ ଘୋଷଣା କରାଯାଇଛି। କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଏହି ଜୟନ୍ତୀ ପାଳିତ ହେବ।

Spread the love