March 27, 2025

ଅନ୍ତର୍ଜାତୀୟ ହକିରୁ ସୁନିତାଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ,୩/୧: ଅନ୍ତର୍ଜାତୀୟ ହକିରୁ ଗୁରୁବାର ଅବସର ଘୋଷଣା କରିଛନ୍ତି ଭାରତୀୟ ମହିଳା ହକି ଟିମର ଷ୍ଟାର୍ ଡିଫେଣ୍ଡର୍ ସୁନିତା ଲାକ୍ରା। ଆହତ ସମସ୍ୟା କାରଣରୁ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଟିମର ଏହି ଓଡ଼ିଆ ଖେଳାଳି। ଆଣ୍ଠୁରେ ଆଘାତ ଯୋଗୁଁ ଆଉ ଏକ ସର୍ଜରୀ କରାଇବାକୁ ଥିବାରୁ ସୁନିତା ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି। ଅବସର ନେବା ସହ ସୁନିତାଙ୍କର ଚଳିତବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ଆଶା ମଧ୍ୟ ଧୂଳିସାତ୍ ହୋଇଛି। ତେବେ ୨୮ ବର୍ଷୀୟ ସୁନିତା ଘରୋଇ ମ୍ୟାଚ୍ ଖେଳିବେ। ସୂଚନାଯୋଗ୍ୟ, ୨୦୦୯ରେ ଅନ୍ତର୍ଜାତୀୟ ହକିରେ ପାଦ ଥାପିଥିବା ସୁନିତା ନିଜର ଶେଷ ମ୍ୟାଚ୍ ୨୦୧୮ରେ ଏସିଆନ୍ ଗେମ୍ସରେ ଖେଳିଥିଲେ। ଏହା ପୂର୍ବରୁ ସେ ୨୦୧୪ରେ ଆୟୋଜିତ ଏସିଆନ୍ସ ଗେମ୍ସର ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ମଧ୍ୟ ରହିଥିଲେ। ୨୦୧୬ ଅଲିମ୍ପିକ୍ସରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ।

Spread the love