July 27, 2024

Satya News

odia news channel

ଫେରିଲା ଜାଡ଼, ଥରିଲା ଓଡ଼ିଶା

ଭୁବନେଶ୍ବର,୬/୧: ରାଜ୍ୟରେ ପୁଣି ଫେରିଛି ହାଡ଼ଭଙ୍ଗା ଜାଡ଼। ସୋନପୁର ସୋମବାର ରାଜ୍ୟର ସବୁଠୁ ଥଣ୍ଡା ସହର ବିବେଚିତ ହୋଇଥିବାବେଳେ ଏଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ତେବେ ରାଜ୍ୟର ମୋଟ ୩ଟି ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରି ସେଲସିଅସ୍ ତଳକୁ ଖସିଛି। ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ଏବଂ ଫୁଲବାଣୀରେ ୧୦ ଡିଗ୍ରି ସେଲସିଅସ୍ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪ରୁ ୫ ଡିଗ୍ରି ସେଲସିଅସ୍ ଯାଏ ହ୍ରାସ ପାଇଛି। ଉପକୂଳ ସମେତ ମଧ୍ୟ ଓଡ଼ିଶାରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ିର ପ୍ରଭାବ ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।

Spread the love