ଭୁବନେଶ୍ୱର,୫/୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨୫ନମ୍ବର ଖୁଆଡ଼ରେ ରହୁଥିବା ଏକ ହେଟାବାଘର ମୃତ୍ୟୁ ହୋଇଛି। ଏହି ପୁରୁଷ ହେଟା ବାଘକୁ ୪ବର୍ଷ ବୟସ ହୋଇଥିଲା। ହେଟାବାଘଟି ସକାଳେ ଖୁଆଡ଼ ମଧ୍ୟରେ ମରି ପଡ଼ିଥିବା ଜନ୍ତୁରକ୍ଷକ ଦେଖିବାକୁ ପାଇଥିଲେ। ଏ ନେଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାପରେ ମୃତ୍ୟୁର କାରଣ ଜାଣିବା ପାଇଁ ହେଟାବାଘଟିର ଶବକୁ ବ୍ୟବଚ୍ଛେଦ ଲାଗି ଓୟୁଏଟି ପଠାଯାଇଥିଲା। ସେଠାରେ ନିଦାନ ବିଭାଗର ମୁଖ୍ୟ ପ୍ରଫେସର ଡ. ସୁଶେନ ପଣ୍ତା ଶବ ବ୍ୟବଚ୍ଛେଦ କରିଛନ୍ତି। ତେବେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ। ତେବେ ଏହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇବା ସହ ସଂକ୍ରମଣ ଆଶଙ୍କାରେ ବାକି ଥିବା ୫ଟି ମାଈ ଓ ୨ଟି ପୁରଷ ହେଟାବାଘଙ୍କୁ ରୋଗ ପ୍ରତିଷେଧକ ଟିକା ଦେଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ହେଟାବାଘକୁ ୨୦୧୫ ମସିହା ନଭେମ୍ବର ୧୫ ତାରିଖରେ କଟକ ଜିଲ୍ଲା ଫୁଲନଖରାରୁ ଅନ୍ୟ ମାଈହେଟାଙ୍କ ସହ ଉଦ୍ଧାର କରାଯାଇ ଏଠାକୁ ଅଣାଯାଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍