July 27, 2024

Satya News

odia news channel

ଟ୍ରମ୍ପ ମହାଭିଯୋଗମୁକ୍ତ

ନିର୍ବାଚନ ବର୍ଷରେ ବଡ଼ ବିଜୟ

ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ କ’ଣ ଥିଲା ଅଭିଯୋଗ
ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦୁଇଟି ଅଭିଯୋଗ ଥିଲା । ପ୍ରଥମଟି ହେଲା ସେ କ୍ଷମତାର ଦୁରୁପଯୋଗ କରି ୨୦୨୦ ନିର୍ବାଚନରେ ତାଙ୍କର ସମ୍ଭାବ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କୁ ବଦନାମ କରିବା ପାଇଁ ଚାପ ପକାଇବାର ଅଭିଯୋଗ । ଦ୍ୱିତୀୟରେ ମହାଭିଯୋଗ ମାମଲା ତଦନ୍ତ ବେଳେ ସଦନକୁ ସହଯୋଗ ନକରିବାର ଅଭିଯୋଗରେ ଅଭିଯୁକ୍ତ ଥିଲେ ଟ୍ରମ୍ପ । ସେ ଏବେ ଦୋଷମୁକ୍ତ । ତେବେ ପୁଣିଥରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବାରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ମହାଭିଯୋଗର କାଠଗଡ଼ାରେ ଛିଡ଼ାହୋଇଥିବା ପ୍ରଥମ ରାଷ୍ଟ୍ରପତି ।

ୱାଶିଂଟନ,୬/୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ମହାଭିଯୋଗରୁ ମୁକ୍ତ ହୋଇଛନ୍ତି । ପ୍ରାୟ ଦୁଇ ସପ୍ତାହ ଧରି ଟ୍ରାଏଲ ଚାଲିବା ପରେ ଆମେରିକା ସିନେଟ ଟ୍ରମ୍ପଙ୍କୁ ସମସ୍ତ ଆରୋପରୁ କ୍ଲିନଚିଟ ଦେଇଛି । ନିର୍ବାଚନ ବର୍ଷରେ ଏହାକୁ ଟ୍ରମ୍ପଙ୍କ ବଡ଼ ବିଜୟ ବୋଲି କୁହାଯାଉଛି । ରିପବ୍ଲିକାନ ପାର୍ଟିର ସଂଖ୍ୟାଗରିଷ୍ଠତା ଥିବା ସିନେଟରେ ତାଙ୍କୁ କ୍ଷମତାର ଦୁରପଯୋଗ ଅଭିଯୋଗରୁ ମୁକ୍ତ କରିବା ସପକ୍ଷରେ ୫୨ ଓ ବିପକ୍ଷରେ ୪୮ ଖଣ୍ଡ ଭୋଟ ପଡ଼ିଥିଲା । ସେହିପରି କଂଗ୍ରେସ କାର୍ଯ୍ୟରେ ବାଧାସୃଷ୍ଟି କରିବା ଅଭିଯୋଗରୁ ଛାଡ଼ ଦେବା ପାଇଁ ଆଗତ ପ୍ରସ୍ତାବ ସମର୍ଥନରେ ୫୩ ସଦସ୍ୟ ଭୋଟ ଦେଇଥିବାବେଳେ ଏହାକୁ ୪୭ ବିରୋଧ କରିଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କୁ ଏହାର ଫାଇଦା ମିଳିଛି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ୩ରେ ହେବ । ଏଭଳି ସମୟରେ ଟ୍ରମ୍ପଙ୍କୁ ବରଖାସ୍ତ କରିବା ପାଇଁ ଡେମୋକ୍ରାଟିକ ପାର୍ଟି ଦଖଲରେ ଥିବା ହାଉସ ଅଫ ରିପ୍ରେଜେଣ୍ଟେଟିଭସରେ ଗତ ଡିସେମ୍ବର ୧୮ରେ ମହାଭିଯୋଗ ପ୍ରସ୍ତାବ ଅନୁମୋଦନ କରିଥିଲା । ପୂର୍ବତନ ଉପରାଷ୍ଟ୍ରପତି ତଥା ଆସନ୍ତା ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ହେବାକୁ ଥିବା ଜୋ ବିଡେନଙ୍କୁ ବଦନାମ କରିବା ଲାଗି ଟ୍ରମ୍ପ ୟୁକ୍ରେନ ଉପରେ ଚାପ ଟ୍ରମ୍ପ ପକାଇଥିଲେ । ଏଥିପାଇଁ ସେ ୟୁକ୍ରେନକୁ ପ୍ରାୟ ୪୦୦ ନିୟୁତ ଡଲାରର ସାମରିକ ସହାୟତା ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ମହାଭିଯୋଗରେ ରାଷ୍ଟ୍ରପତିଙ୍କୁ ବରଖାସ୍ତ କରିବା ପାଇଁ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ । ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ରିପ୍ଲବିକାନ ପାର୍ଟିର ୫୩ ପ୍ରତିନିଧି ଥିବାରୁ ଟ୍ରମ୍ପଙ୍କ ବିରୋଧରେ ଅହାଭିଯୋଗ ଗୃହୀତ ହୋଇପାରିଲା ନାହିଁ । ଏହି ଅବସରରେ ଟ୍ରମ୍ପ ମହାଭିଯୋଗର ସାମ୍ନା କରୁଥିବାବେଳେ କିଭଳି ପରିସ୍ଥିତିକୁ ସାମ୍ନା କରିଥିଲେ ସେହି କଟୂ ଅନୁଭୂତିକୁ ବଖାଣିଛନ୍ତି । ବହୁ ବିଶ୍ୱାସଘାତକ ଓ ଭ୍ରଷ୍ଟ ବ୍ୟକ୍ତିଙ୍କ ଯୋଗୁ ତାଙ୍କୁ ଏପରି ଦିନ ଦେଖିବାକୁ ପଡ଼ିଲା । ସେହି ଲୋକମାନେ ଆମକୁ ଶେଷ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କଲେ ଏବଂ ଏପରି କରି ସେମାନେ ଆମ ଦେଶର କ୍ଷତି କରିଛନ୍ତି ବୋଲି ଏବେ ଟ୍ରମ୍ପ ପାଲଟା ଅଭିଯୋଗ ଆଣିଛନ୍ତି ।

Spread the love