April 25, 2025

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ

ନୂଆଦିଲ୍ଲୀ,୭/୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ପ୍ରଚାରର ଶେଷଦିନରେ ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲସାତ୍ ଗାର୍ଡେନ୍‌ରେ ରୋଡ୍ ଶୋ’ କରିଥିଲାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୁଣ୍ଡକାରେ ରୋଡ୍ ଶୋ’ କରିଥିଲେ। ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ଘୋଣ୍ଡା, ତିମରପୁର ଓ ରାଜୌରୀ ଗାର୍ଡେନ୍‌ରେ ରୋଡ୍ ଶୋ’ କରିଥିଲେ। ସେହିଭଳି ଆମ୍ ଆଦ୍‌ମୀ ପାର୍ଟି(ଆପ୍‌)ର ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ପତପରଗଞ୍ଜରେ ଭୋଟ୍ ଭିକ୍ଷା କରିଥିଲେ। ଆପ୍‌ର ସାଂସଦ ଭଗବନ୍ତ ମାନ୍ ରିଥାଲା, ରୋହିଣୀ ଓ ସିଲମପୁରରେ ରୋଡ୍ ଶୋ’ କରିଥିଲେ। ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ଦିଲ୍ଲୀ ପୁଲିସ ଓ ଗୃହରକ୍ଷୀ ବାହିନୀକୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ପ୍ରାୟ ୧.୪୬ କୋଟି ଭୋଟର୍ ୧୩,୭୫୦ ମତଦାନ କେନ୍ଦ୍ରରେ ବିଧାନସଭାର ୭୦ ଆସନ ପାଇଁ ପ୍ରାର୍ଥୀ ମନୋନୟନ କରିବେ। ଆସନ୍ତା ମଙ୍ଗଳବାର ଭୋଟ୍ ଗଣତି ହେବ।

Spread the love