
ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ପଡିଛନ୍ତି ଯନ୍ତ୍ରୀ। ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରୁଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ପ୍ରଧାନଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି ।
ସହକାରୀ ଯନ୍ତ୍ରୀଙ୍କ ସରକାରୀ ବାସଭବନ ସହ ଅଫିସ, ଦେବଗଡ଼ କେନ୍ଦୁହାଟରେ ଥିବା ଫାର୍ମ ହାଉସ, ରିଆମାଳସ୍ଥିତ ପୈତୃକ ଘରେ ରେଡ୍ କରୁଛି ଭିଜିଲାନ୍ସର ୪୦ ଜଣିଆ ଟିମ୍ । ଚଢାଉ ବେଳେ ସହକାରୀ ଯନ୍ତ୍ରୀଙ୍କ କେନ୍ଦୁଘାଟରେ ୧୬ ଏକର ଜମିରେ ଫାର୍ମ ହାଉସ, ସମ୍ବଲପୁରରେ ୨୫ ଲକ୍ଷ ଟଙ୍କା ମୂଲ୍ୟର ଜମି, ଖୋର୍ଦ୍ଧା ଜଟଣୀରେ ଜମି ଏବଂ ଦେବଗଡ଼ ଜିଲ୍ଲାର ବୁରଡ଼ାରେ ଅନେକ ଜମି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଏବେ ବି ଚଢାଉ ଜାରି ରହିଥିବାରୁ ମୋଟ ସମ୍ପତ୍ତିର ପରିମାଣ ଆକଳନ ହୋଇନାହିଁ
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍