February 15, 2026

ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦

ଇନ୍ଦୋର,୭/୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ମଙ୍ଗଳବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏହି ମୁକାବିଲା ପାଇଁ ଉଭୟ ଦଳ ସୋମବାର ସନ୍ଧ୍ୟାରେ ଇନ୍ଦୋରରେ ପହଞ୍ଚିଛନ୍ତି। ଗୁଆହାଟୀରେ ରବିବାର ଖେଳାଯିବାକୁ ଥିବା ନୂଆବର୍ଷର ପ୍ରଥମ ମ୍ୟାଚ ବର୍ଷାରେ ଧୋଇଯିବା ପରେ ଏବେ ଏହି ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ବଢ଼ିଛି। ଏଠାରେ ବିଜୟୀ ହେଲେ ଦଳ ସୁରକ୍ଷିତ ରହିବ। ତେବେ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନର ୨୭ହଜାର ଦର୍ଶକ କ୍ଷମତା ବିଶିଷ୍ଟ ହୋଲକର ଷ୍ଟାଡିୟମରେ ଭାରତ ଅଦ୍ୟାବଧି ଅପରାଜେୟ ରହିଛି। ଏଠାରେ ୨୦୦୬ରୁ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟସ୍ତରରେ ୨ଟି ଟେଷ୍ଟ, ଗୋଟିଏ ଟି-୨୦ ଏବଂ ୫ଟି ଦିନିକିଆ ମ୍ୟାଚ୍ ଆୟୋଜିତ ହୋଇଥିବାବେଳେ ସମସ୍ତ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ସୂଚନାଯୋଗ୍ୟ, ୨୨ ଡିସେମ୍ବର, ୨୦୧୭ରେ ଏହି ମଇଦାନରେ ପ୍ରଥମ ଟି-୨୦ ମୁକାବିଲା ମଧ୍ୟ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା।

Spread the love