April 16, 2024

Satya News

odia news channel

କେଶ ସୁରକ୍ଷାର ସରଳ ଉପାୟ

-ସନ୍ତୁଳିତ ଆହାର ଖାଆନ୍ତୁ, ଯେଉଁଥିରେ କି ପ୍ରୋଟିନ ଓ ଆଇରନ୍ର ମାତ୍ରା ଅଧିକ ଥିବ । ଛଣା ବା ତେଲିଆ ପଦାର୍ଥ, ଚର୍ବିଯୁକ୍ତ ଖାଦ୍ୟ ଓ ଅଧିକ ମିଠା ଜାତୀୟ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ ।
-କେଶକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ । ଏଥିପାଇଁ ଭଲ ଗୁଣାତ୍ମକ ମାନ ଥିବା ମୃତୁ ଶାମ୍ପୁ ବ୍ୟବହାର କରନ୍ତୁ । କେଶ ସଫା କରିବା ଲାଗି ଅଁଳା, ଶିକାକାଇ ଓ ରିଠା ମଧ୍ୟ ପ୍ରୟୋଗ କରିପାରିବେ । ଏହା ପ୍ରାକୃତିକ ଉପଚାର ଅଟେ ।
-କେଶକୁ ଖରା ପରିବର୍ତ୍ତେ ପବନରେ ଶୁଖାନ୍ତୁ । ଓଦା କେଶକୁ କୁଣ୍ଡାନ୍ତୁ ନାହିଁ । ଏହା ଦ୍ୱାରା କେଶ ଝଡ଼ିବାର ଆଶଙ୍କା ଥାଏ ।
-ଆପଣ ବ୍ୟବହାର କରୁଥିବା ପାନିଆଁ, ବ୍ରସ୍, ରବର ବ୍ୟାଣ୍ଡରେ ସାବଧାନତା ଅବଲମ୍ବନ କରନ୍ତୁ । ଟାଣ ନାଇଲନ୍ ବ୍ରସ୍ ବା ଧାତୁ ତିଆରି ପାନିଆଁ ବ୍ୟବହାର କରନ୍ତୁ ନାହିଁ ।
-ଅନ୍ୟମାନଙ୍କ ପାନିଆଁ ବା ବ୍ରସ୍ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ସଂକ୍ରମଣରୁ ରକ୍ଷା ମିଳିବ ।
-ଆବଶ୍ୟକତାଠାରୁ ଅଧିକ ଥର କେଶକୁ ଧୁଅନ୍ତୁ ନାହିଁ । ଏହାଦ୍ୱାରା କେଶରେ ଥିବା ପ୍ରାକୃତିକ ତୈଳ ମଧ୍ୟ ଧୋଇ ହୋଇ ଚମକ ନଷ୍ଟ ହୁଏ ।
-ନଡ଼ିଆ, ବାଦାମ କିମ୍ବା ଅଲିଭ୍ ତେଲକୁ ସାମାନ୍ୟ ଉଷୁମ କରି କେଶ ମୂଳରେ ଲଗାଇ ସପାହରେ ଥରେ ମାଲିସ ନିଶ୍ଚୟ କରନ୍ତୁ । କେଶରେ ରକ୍ତ ସନ୍ତୁଳନ ହେବ ।

Spread the love