
ନୂଆଦିଲ୍ଲୀ : ପୁଣି ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ। ପନିପରିବା, ଡାଲି, ଚିନି, ଖାଇବା ତେଲ ଆଦି ପରେ ସିଲିଣ୍ଡର୍ ଦାମ୍ ବୃଦ୍ଧି ପାଇଛି। ତୈଳ କମ୍ପାନୀଗୁଡିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି। ୧୪.୨ କିଲୋ ସିଲିଣ୍ଡର୍ ଦାମ୍ ୫୦ ଟଙ୍କା ବୃଦ୍ଧି ପାଇଛି। ଠିକ୍ ସେହିଭଳି ୫ କିଲୋ ସିଲିଣ୍ଡରର ଦାମ୍ ୧୮ ଟଙ୍କା ବୃଦ୍ଧି ପାଇଛି। ୧୯ କିଲୋ ସିଲିଣ୍ଡର ୩୬.୫୦ ଟଙ୍କା ବୃଦ୍ଧି ପାଇଛି।
ଦେଶର ସବୁଠାରୁ ବଡ ତୈଳ କମ୍ପାନୀ ଆଇଓସି ଅନୁଯାୟୀ, ଦିଲ୍ଲୀରେ ବିନା ସବସିଡିର ୧୪.୨ କିଲୋ ସିଲିଣ୍ଡର୍ ଦାମ ବର୍ତ୍ତମାନ ୬୪୪ ଟଙ୍କା ହୋଇଛି। କୋଲକାତାରେ ୬୭୦.୫୦ ଟଙ୍କା, ମୁମ୍ବାଇରେ ୬୪୪ ଟଙ୍କା ଓ ଚେନ୍ନାଇରେ ୬୬୦ ଟଙ୍କା ହୋଇଛି।
ଏହା ପୂର୍ବରୁ ଡିସେମ୍ବର ୧ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ପାଇଥିଲା। ୧୯ କିଲୋର କମର୍ସିୟାଲ୍ ସିଲିଣ୍ଡର୍ ଦାମ୍ ୫୫ ଟଙ୍କା ବୃଦ୍ଧି ପାଇଥିଲା। ଅକ୍ଟୋବର, ନଭେମ୍ବର ମାସରେ HPCL, BPCL, IOC ରୋଷେଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା। ସାଧାରଣତଃ ତୈଳ କମ୍ପାନୀ ପ୍ରତି ମାସ ପ୍ରଥମ ତାରିଖରେ ରୋଷେଇ ଗ୍ୟାସ ଦାମ ସଂଶୋଧନ କରିଥାଏ। କିନ୍ତୁ ଏଥର ସଂଶୋଧନରେ ଟିକେ ଅଲଗା ହୋଇଛି। ଡିସେମ୍ବର ୧ ତାରିଖରେ ଆଇଓସି କହିଥିଲା ଯେ ୧୪.୨ କିଲୋର ଘରୋଇ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ବୃଦ୍ଧି ହୋଇନଥିଲା। ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ୍ ଲଗାତାର ୭ ମାସ ହେଲା ୫୯୪ ଟଙ୍କାରେ ସ୍ଥିର ରହିଥିଲା। କିନ୍ତୁ ୮ ଦିନ ପରେ ଇଣ୍ଡିଆନ୍ ଅଏଲ୍ ୱେବସାଇଟରେ ୧୪.୨ କିଲୋର ବିନା ସବସିଡି ସିଲିଣ୍ଡର ୫୦ ଟଙ୍କା ବଢ଼ାଇ ୬୪୪ ଟଙ୍କା କରାଯାଇଛି।
ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ, ଡିସେମ୍ବର ୧ ତାରିଖରେ ଦେଶର ୪ଟି ମହାନଗରରେ ୧୪.୨ କିଲୋର ବିନା ସବସିଡି ଘରୋଇ ଗ୍ୟାସ ଦିଲ୍ଲୀରେ ୫୯୪, କୋଲକାତାରେ ୬୨୦.୫୦, ମୁମ୍ବାଇରେ ୫୯୪ ଓ ଚେନ୍ନାଇରେ ୬୧୦ ଟଙ୍କା ଥିଲା। ଡିସେମ୍ବର ୯ ତାରିଖରେ ୱେବସାଇଟ୍ ବିନା ସବସିଡି ଗ୍ୟାସ୍ ଦାମ ପରିବର୍ତ୍ତନ ହୋଇଛି। ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ଚେକ୍ କରିବାକୁ ଆପଣଙ୍କୁ ସରକାରୀ ତୈଳ କମ୍ପାନୀ ୱେବସାଇଟକୁ ଯିବାକୁ ହେବ। ଏଠାରେ କମ୍ପାନୀ ପ୍ରତି ମାସରେ ନୂଆ ଦାମ୍ ଜାରି କରିଥାଏ। https://iocl.com/Products/IndaneGas.aspx) ଏହି ଲିଙ୍କରେ କ୍ଲିକ କରି ଆପଣ ଗ୍ୟାସ ସିଲିଣ୍ଡର ଦାମ ଚେକ କରିପାରିବେ |
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ