November 30, 2023

Satya News

odia news channel

ରାଜନେତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚୁଛି ଛୋଟା ସକିଲ

କରାଚୀ,୯/୨: ଭାରତର କେତେକ ରାଜନେତାଙ୍କୁ ହତ୍ୟା କରିବା ପାଇଁ କରାଚୀରେ ଅବସ୍ଥାନ କରୁଥିବା ଅଣ୍ଡରୱାର୍ଲ୍‌ଡ ଡନ୍ ଛୋଟା ସକିଲ ଷଡ଼ଯନ୍ତ୍ର ରଚୁଥିବା ନେଇ ଦିଲ୍ଲୀ ପୋଲିସକୁ ସୂଚନା ମିଳିଛି। ରାଜନେତାଙ୍କ ବ୍ୟତୀତ ବିଚାରପତିମାନେ ମଧ୍ୟ ଟାର୍ଗେଟ୍‌ରେ ରହିଛନ୍ତି। ଭାରତର ମୋଷ୍ଟ ୱାଣ୍ଟେଡ୍ ଦାଉଦ୍ ଇବ୍ରାହିମର ଘନିଷ୍ଠ ସହଯୋଗୀ ସକିଲକୁ ଦିଲ୍ଲୀରେ କେତେକ ରାଜନେତାଙ୍କୁ ହତ୍ୟା କରିବା ଲାଗି ଦାୟିତ୍ୱ ଦିଆଯାଇଛି। ହ୍ୱାଟ୍‌ସ ଆପ୍‌ରେ ପଠାଯାଇଥିବା ମେସେଜ୍‌ରୁ ଏହାର ସୁରାକ୍ ମିଳିଛି। ଦେଶରେ ସଦ୍ୟ ସଂଘଟିତ ଘଟଣାକ୍ରମକୁ ଦୃଷ୍ଟିରେ ରଖି ପାକିସ୍ତାନର ସାମରିକ ଗୁଇନ୍ଦା ସଂସ୍ଥା ଭାରତର କେତେକ ପ୍ରମୁଖ ରାଜନେତାକୁ ହତ୍ୟା କରିବାକୁ ଯୋଜନା କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ,ଡି-କମ୍ପାନୀ ଭାବେ ପରିଚିତ ଦାଉଦ୍ ଇବ୍ରାହିମର ଗ୍ୟାଙ୍ଗ୍ ପୂର୍ବରୁ ମହାରାଷ୍ଟ୍ର ଓ ଗୁଜରାଟରେ ବିଜେପି ଓ ଆର୍‌ଏସ୍‌ଏସ୍‌ର କେତେକ ତୁଙ୍ଗ ନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।

Spread the love