July 27, 2024

Satya News

odia news channel

ଦିଲ୍ଲୀ ବିଧାନସଭା ନିର୍ବାଚନ: ମତଦାନ ଜାରି

ନୂଆଦିଲ୍ଲୀ,୮/୨: ରାଜଧାନୀ ଦିଲ୍ଲୀର ୭୦ ବିଧାନସଭା ଆସନ ନିମନ୍ତେ ଶନିବାର ଭୋଟ୍‌ ଗ୍ରହଣ ଜାରି ରହିଛି। ପୂର୍ବାହ୍ଣ ୧୨ଟା ସୁଦ୍ଧା ୧୭% ମତଦାନ ହୋଇଥିବା ଭାରତୀୟ ନିର୍ବାଚନ କମିସନ୍‌ ଅଧିକାରୀମାନେ କହିଛନ୍ତି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ୧୪. ୭ ନିୟୁତରୁ ଅଧିକ ଭୋଟର ୬୭୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟରମାନଙ୍କ ମଧ୍ୟରେ ୮୧, ୦୫, ୨୩୬ ପୁରୁଷ, ୬୬, ୮୦, ୨୭୭ ମହିଳା ଏବଂ ୮୬୯ ତୃତୀୟ ଲିଙ୍ଗ ବର୍ଗର ରହିଛନ୍ତି। ସକାଳେ ଦିଲ୍ଲୀର ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ଅନିଲ ବୈଜାଲ ସପରିବାର ଆସି ଭୋଟ୍‌ ଦାନ କରିଥିଲେ। ଦିଲ୍ଲୀର ମାଟିଆଲା ବିଧାନସଭା ଆସନ ପାଇଁ ବିଜେପି ସାଂସଦ ପରବେଶ ବର୍ମା ଭୋଟ୍‌ ଦେଇଥିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌. ଜୟଶଙ୍କର ମଧ୍ୟ ମତଦାନ କରିଛନ୍ତି। ଅନ୍ୟପକ୍ଷରେ ତୃତୀୟ ଥର ଲାଗି ଦିଲ୍ଲୀରେ ସରକାର ଗଠନ କରିବାକୁ ଆଶାବାଦୀ ବୋଲି ଶନିବାର ମତଦାନ କରିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି। ଏଥିସହ ଭୋଟ୍‌ ଦେବା ନିମନ୍ତେ କେଜ୍ରିଓ୍ଵାଲ୍‌ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି।

Spread the love