
ଭୁବନେଶ୍ୱର: ବଢ଼ୁଛି ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ପାଇଁ ଅଡ଼ୁଆ। ମୁମ୍ବାଇରେ ରହୁଥିବା ଅଭୟଙ୍କ ପୁଅଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ୍ ପଚରାଉଚରା କରୁଛି। ତାଙ୍କୁ ମୁମ୍ବାଇରୁ ଭୁବନେଶ୍ୱରକୁ ଅଣାଯାଇଥିବା ଜଣାପଡ଼ିଛି।
ସବୁଠାରୁ ବଡ଼ କଥା ହେଉଛି, ମୁମ୍ବାଇରେ ଲକ୍ଷାଧିକ ଟଙ୍କା ଭଡ଼ା ଦେଇ ସେ ଏକ ଫ୍ଲାଟ୍ ରଖିଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ ନିଜ ସୁରକ୍ଷା ପାଇଁ ସେଠି ବାଉନ୍ସର୍ ବି ନିୟୋଜିତ କରିଥିବା ଭିଜିଲାନ୍ସ ଟିମ୍ ପାଖରେ ସୂଚନା ମିଳିଛି। ମୁମ୍ବାଇରେ ଏକ କମ୍ପାନୀର ଏମ୍ଡି ଭାବେ ଅଭୟଙ୍କ ପୁଅ ନିଜକୁ ପରିଚୟ ଦେଇଥିଲେ। ଏତେ ଟଙ୍କା ସେ କେଉଁଠାରୁ ଆଣୁଥିଲେ, ତାକୁ ନେଇ ଏବେ ଖୋଳତାଡ଼ କରାଯାଉଛି।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ