March 11, 2026

କୁବେର IFS: ଡ୍ରାଇଭରଙ୍କ ଘରୁ ମିଳିଲା ୨୦ ଲକ୍ଷ

 

ଭୁବନେଶ୍ୱର: ବଢ଼ୁଛି ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ପାଇଁ ଅଡ଼ୁଆ। ମୁମ୍ବାଇରେ ରହୁଥିବା ଅଭୟଙ୍କ ପୁଅଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ୍ ପଚରାଉଚରା କରୁଛି। ତାଙ୍କୁ ମୁମ୍ବାଇରୁ ଭୁବନେଶ୍ୱରକୁ ଅଣାଯାଇଥିବା ଜଣାପଡ଼ିଛି।

ସବୁଠାରୁ ବଡ଼ କଥା ହେଉଛି, ମୁମ୍ବାଇରେ ଲକ୍ଷାଧିକ ଟଙ୍କା ଭଡ଼ା ଦେଇ ସେ ଏକ ଫ୍ଲାଟ୍ ରଖିଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ ନିଜ ସୁରକ୍ଷା ପାଇଁ ସେଠି ବାଉନ୍ସର୍ ବି ନିୟୋଜିତ କରିଥିବା ଭିଜିଲାନ୍ସ ଟିମ୍ ପାଖରେ ସୂଚନା ମିଳିଛି। ମୁମ୍ବାଇରେ ଏକ କମ୍ପାନୀର ଏମ୍‌ଡି ଭାବେ ଅଭୟଙ୍କ ପୁଅ ନିଜକୁ ପରିଚୟ ଦେଇଥିଲେ। ଏତେ ଟଙ୍କା ସେ କେଉଁଠାରୁ ଆଣୁଥିଲେ, ତାକୁ ନେଇ ଏବେ ଖୋଳତାଡ଼ କରାଯାଉଛି।

Spread the love