March 28, 2024

Satya News

odia news channel

ଷ୍ଟାର୍ଟ ଅପ ଓଡ଼ିଶା-ଏଚଡିଏଫସି ବ୍ୟାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର,୧୨/୨: ଷ୍ଟାର୍ଟ ଅପ ଓଡ଼ିଶା ଓ ଏଚଡିଏଫସି ବ୍ୟାଙ୍କ ମଧ୍ୟରେ ବୁଧବାର ଏମଓୟୁ ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଏମଏସଏମଇ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟରେ ଷ୍ଟାର୍ଟ ଅପ ଶିଳ୍ପକୁ ପ୍ରୋତ୍ସାହନ ଓ ଏହାର ଦିଗଦର୍ଶନ ପାଇଁ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଜ୍ୟରେ ଚଳିତବର୍ଷ ୧ ହଜାର ଷ୍ଟାଟ୍ ଅପ ଶିଳ୍ପକୁ ପ୍ରୋତ୍ସାହନ ଦିଆଯିବ। ତେଣୁ ଏହି ଷ୍ଟାର୍ଟ ଅପ୍ ଶିଳ୍ପକୁ ଏଚଡିଏଫସି ବ୍ୟାଙ୍କ ବ୍ୟାଙ୍କିଂ ସହାୟତା ଯୋଗାଇଦେବ। ସାମାଜିକ ପ୍ରଭାବ ଥିବା ଷ୍ଟାର୍ଟ ଅପକୁ କୋଟିଏ ଟଙ୍କା ମିଳିବ। ଏଚଡିଏଫସି ସହ ପଞ୍ଜିକୃତ ଶିଳ୍ପସଂସ୍ଥା ବିଭିନ୍ନ କ୍ଷେତ୍ରରେ ରିହାତି ପାଇବେ। ସ୍ଥାୟୀ ସାମାଜିକ ପରିବର୍ତ୍ତନ ପାଇଁ ପରିବର୍ତ୍ତନ ଅନୁଦାନ ମିଳିବ। ଏବେ ରାଜ୍ୟରେ ୫୭୦ଟି ଷ୍ଟାର୍ଟ ଅପ ପ୍ରକଳ୍ପ କାମ କରୁଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ୧୫୦ଟି ଷ୍ଟାର୍ଟ ଅପ୍ ପ୍ରକଳ୍ପ ମହିଳାଙ୍କ ନେତୃତ୍ୱରେ ଚାଲୁଥିବାବେଳେ ୧୩ଟି ନୋଡାଲ ଏଜେନ୍ସି ଦ୍ୱାରା ପରିଚାଳିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Spread the love