
ଆଲ୍ଲାହାବାଦ: ପତ୍ନୀ ଆଲିଆ ସିଦ୍ଦିକୀ ନିର୍ଯାତନା ମାମଲା ରୁଜୁ କରିବା ପରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ ଓ ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କୁ ଆନ୍ତରୀଣ ଜାମିନ୍ ପ୍ରଦାନ କରାଯାଇଛି। ତେବେ, ନୱାଜଙ୍କ ତୃତୀୟ ଭାଇ ମିନାଜୁଦ୍ଦିନଙ୍କୁ କିନ୍ତୁ ଜାମିନ୍ ମିଳିନଥିବା ଜାଣିବାକୁ ମିଳିଛି। ତାଙ୍କ ଦ୍ବାରା ହୋଇଥିବା ଜାମିନ୍ ଆବେଦନକୁ ଜଷ୍ଟିସ ମନୋଜ ମିଶ୍ର ଏବଂ ସଞ୍ଜୟ କୁମାର ପାଚୌରୀ ଖଣ୍ଡନ କରିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ତାଙ୍କ ବିରୋଧରେ ଶିଶୁ ନିର୍ଯାତନାର ଏକ ସ୍ବତନ୍ତ୍ର ଅଭିଯୋଗ ରହିଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ ୬ ତାରିଖରେ ନୱାଜଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ ପତ୍ନୀ ଆଲିଆ। ଯାହାର ଜବାବ ୧୫ ଦିନ ଭିତରେ ଦିଆଯିବା ଜରୁରୀ ଥିଲା। ମାତ୍ର ନୱାଜୁଦ୍ଦିନ ନୋଟିସ୍ର କୌଣସି ଜବାବ ଦେଇନଥିଲେ।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ