June 6, 2023

Satya News

odia news channel

ଆଜିଠୁ ରାଜଧାନୀରେ ‘ପାର୍କ ଉତ୍ସବ’

ଭୁବନେଶ୍ୱର,୨/୨: ଫେବୃଆରୀ ପ୍ରଥମ ରବିବାରଠାରୁ ରାଜଧାନୀର ବିଭିନ୍ନ ପାର୍କରେ ‘ପାର୍କ ଉତ୍ସବ’ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର(ଫେବ୍ରୁଆରି ୨) ଇନ୍ଦିରା ଗାନ୍ଧୀ ଓ ମଧୁସୂଦନ ଦାସ ପାର୍କରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏହା ସକାଳ ୭ଟାରୁ ୯ଟା ଯାଏ ଚାଲିବ। ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ କ୍ରମାଗତ ଭାବେ ୭ଟି ପାର୍କରେ ଅନୁଷ୍ଠିତ ହେବ। ଫେବୃଆରୀ ୨ରେ ଇନ୍ଦିରା ଗାନ୍ଧୀ ପାର୍କ ଓ ମଧୁସୂଦନ ଦାସ ପାର୍କ, ଫେବୃଆରୀ ୯ରେ ବିଜୁ ପଟ୍ଟନାୟକ ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କ, ଫେବୃଆରୀ ୧୬ରେ ମହାତ୍ମା ଗାନ୍ଧୀ ପାର୍କ ଓ ଖାରବେଳ ପାର୍କ ଫେବୃଆରୀ ୨୩ରେ ନିକୋ ପାର୍କ ଓ ମଧୁସୂଦନ ପାର୍କ, ମାର୍ଚ୍ଚ ୧ରେ ଇନ୍ଦିରା ଗାନ୍ଧୀ ପାର୍କ ଓ ବୁଦ୍ଧଜୟନ୍ତୀ ପାର୍କ ମାର୍ଚ୍ଚ ୮ରେ ବିଜୁ ପଟ୍ଟନାୟକ ପାର୍କ ଓ ଖାରବେଳ ପାର୍କ ଏବଂ ମାର୍ଚ୍ଚ ୧୫ରେ ନିକୋ ପାର୍କ ଓ ମଧୁସୂଦନ ପାର୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଓ୍ଵାଲ ପେଣ୍ଟିଂ, କାହାଣୀ କହିବା, ଯୋଗ, ମାଟିପାତ୍ର ନିର୍ମାଣ, ମନୋରଞ୍ଜନ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ସହ ବିଏମ୍‌ସି ଦ୍ୱାରା ମୋ ସଫେଇଓ୍ଵାଲା କାର୍ଯ୍ୟକ୍ରମର ଆୟୋଜନ କରାଯିବ।

Spread the love