April 19, 2024

Satya News

odia news channel

ରାଜଧାନୀରୁ ୨୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଜଣେ ଗିରଫ, ପିସ୍ତଲ ଜବତ

 

ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ବ୍ରାଉନସୁଗାର କାରବାର୍‌ । ଯାହାକି କମିଶନରେଟ୍‌ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଭିନ୍ନ କଟକଣା ସତ୍ତ୍ୱେ ବି ଭୁବନେଶ୍ୱରରେ ଚାଲିଛି ଧଳଜହର କାରବାର । ଆଜି ପୁଣି ରାଜଧାନୀରୁ ପ୍ରାୟ ୨୪୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହା ସହିତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।

ଖବର ଅନୁଯାୟୀ, ବ୍ରାଉନସୁଗାର ହବ୍‌ ପାଲଟିଛି ରାଜଧାନୀ । ଏଠାରେ ନିଶା କାରବାର ଦିନକୁ ଦିନ ବଢିଚାଲିଛି । ତେବେ ଖଣ୍ଡଗିରି ପୋଲିସ କୌଣସି ସୁତ୍ରରୁ ଖବର ପାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହା ସହିତ ଗୋଟିଏ ପିସ୍ତଲ ଓ କାର୍‌ ମଧ୍ୟ ଜବତ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ନୟାଗଡ଼ ଦଶପଲ୍ଲା ଅଞ୍ଚଳର ମୁନ୍ନା ସେଠୀ ବୋଲି ଜଣାପଡିଛି । ଖଣ୍ଡଗିରି ପୋଲିସ ଜବତ କରିଥିବା ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ପ୍ରାୟ ୨୪ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି । ସେହିପରି ଗିରଫ ଥିବା ବ୍ୟକ୍ତିଙ୍କୁ ଅଧିକ ପଚରାଉଚାର କରୁଛି ଖଣ୍ଡଗିରି ପୋଲିସ । ଏତେ ପରିମାଣର ବ୍ରାଉନସୁଗାର ଭୁବନେଶ୍ୱରକୁ କିପରି ଆସିଲା , ଏବଂ ଏହି କାରବାରର କିଏ କିଏ ଲିଙ୍କ ରହିଛି। ଧଳାଜହର କାରବାରର ଚେର କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି । ତାହା ଆଗାମୀ ଦିନରେ ତଦନ୍ତ ହେଲେ, ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।

Spread the love