
ଭୁବନେଶ୍ୱର : ଏସସି-ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ କୌଣସି ପରିବର୍ତ୍ତନ ହେବନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି । ନବୀନ କହିଛନ୍ତି, ଏସସି-ଏସଟି ଛାତ୍ରଛାତ୍ରୀ ବର୍ତ୍ତମାନ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ। ଏସସି-ଏସଟି ବିକାଶ ବିଭାଗ ଦ୍ୱାରା ଏ ସମ୍ପର୍କରେ ପ୍ରକାଶିତ ରେଜୋଲୁସନକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି। ତା’ଛଡା ଏ ସମ୍ପର୍କିତ ଫାଇଲକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପଠାଇବା ପାଇଁ ଆଦେଶ ଦେଇଛନ୍ତି ନବୀନ।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ