ଭୁବନେଶ୍ୱର,୫/୧: ବିଭିନ୍ନ ବିଭାଗ ପରେ ଏବେ ପଞ୍ଚାୟତିରାଜ ବିଭାଗରେ ୫-ଟିର ଆକ୍ସନ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଅନୁଯାୟୀ ୩ ସରପଞ୍ଚଙ୍କୁ ନିଲମ୍ବନ କରାଯାଇଛି। କେନ୍ଦୁଝର ହାଟଡିହି ବ୍ଲକ ସୁଲଣା ପଞ୍ଚାୟତର ସରପଞ୍ଚ ଅଲିଭା ପଲାଇକୁ ନିଲମ୍ବନ କରାଯାଇଛି। ସେହିପରି ବରଗଡର କଳାପାଣି ସରପଞ୍ଚ କେଭି ରେଡ୍ଡିଙ୍କ ସମେତ ଭଦ୍ରକ ବେତଡା ସରପଞ୍ଚ ବିମ୍ବାଧର ଦାସଙ୍କୁ ନିଲମ୍ବନ କରାଯାଇଛି। ଏହି ୩ ସରପଞ୍ଚଙ୍କ ନାଁ’ରେ ଆର୍ଥିକ ଅନିୟମିତତା ଓ ଦୀର୍ଘ ଅନୁପସ୍ଥିତି ଅଭିଯୋଗ ଆସିଥିଲା। ଅଭିଯୋଗକୁ ଭିତ୍ତିକରି ସେମାନଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ସରପଞ୍ଚମାନଙ୍କୁ ନିଲମ୍ବନ କରାଯାଇଛି।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ