July 27, 2024

Satya News

odia news channel

ପୋଲିସ ଗୁଳିରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୩୧/୧: ଜମ୍ମୁ ଉପକଣ୍ଠ ନଗ୍ରୋତା ଅଞ୍ଚଳର ଏକ ଟୋଲ୍‌ ପ୍ଲାଜା ନିକଟରେରେ ଶୁକ୍ରବାର ଆତଙ୍କବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-ଶ୍ରୀନଗର ଟୋଲ୍‌ ପ୍ଲାଜା ନିକଟରେ ସିକ୍ୟୁରିଟି ଚେକ୍‌ବେଳେ ଭୋର୍‌ ପ୍ରାୟ ୫ଟାରେ ଏକ ଟ୍ରକ୍‌ରେ ଶ୍ରୀନଗର ଦିଗକୁ ଯାଉଥିବା ଆତଙ୍କବାଦୀଙ୍କ ଉପରକୁ ପୋଲିସ ଗୁଳି ଚାଳନା କରିଥିଲା। ଏହି ଗୁଳି ବିନିିମୟରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଆଖପାଖରେ ଥିବା ଜଙ୍ଗଲିଆ ଅଞ୍ଚଳକୁ ଖସି ପଳାଇଯାଇଥିବା ଜମ୍ମୁ ଓ କଶ୍ମୀର ଡିଜିପି ଦିଲ୍‌ବାଗ୍‌ ସିଂହ କହିଛନ୍ତି। ସୂଚନାନୁଯାୟୀ, ଆତଙ୍କବାଦୀମାନେ ଟ୍ରକ୍‌ରେ ଶ୍ରୀନଗର ଦିଗକୁ ଯାଉଥିବାବେଳେ ଟୋଲ୍‌ ପ୍ଲାଜା ନିକଟରେ ପୋଲିସ ଟିମ୍‌ ସେମାନଙ୍କୁ ଅଟକାଇଥିଲା। ଫଳରେ ଆତଙ୍କବାଦୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ଅନ୍ୟପକ୍ଷରେ ଚମ୍ପଟ୍‌ ମାରିଥିବା ଆତଙ୍କବାଦୀଙ୍କୁ ଖୋଜି ବାହାର କରିବାକୁ ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଛି। ଫଳରେ ଜମ୍ମୁ-ଶ୍ରୀନଗର ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି।

Spread the love