October 24, 2024

Satya News

odia news channel

ତୈଳବାହୀ ଜାହାଜରେ ଲାଗିଲା ନିଆଁ: ୨ ଭାରତୀୟ ନାବିକଙ୍କ ମୃତ୍ୟୁ

ଦୁବାଇ,୩୧/୧: ଆରବୀୟ ଉପକୂଳରେ ଏକ ତୈଳବାହୀ ଜାହାଜରେ ନିଆଁ ଲାଗିଯିବାରୁ ୨ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଉକ୍ତ ଜାହାଜରରେ ଥିବା ଅନେକ କର୍ମଚାରୀ ନିଖୋଜ ଥିବା ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି। ସୂଚନାନୁଯାୟୀ, ଆରବୀୟ ଉପକୂଳଠାରୁ ପ୍ରାୟ ୨୧ ମାଇଲ୍‌ ଦୂରରେ ଥିବା ଉକ୍ତ ଟ୍ୟାଙ୍କରରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ପୋଲିସ ମଧ୍ୟ ପହଞ୍ଚି ନିଖୋଜମାନଙ୍କର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଦୁର୍ଘଟଣା ପରେ ଉଦ୍ଧାରକାରୀ ଏବଂ ଅପାତକାଳୀନ ଟିମ୍‌ ଟ୍ୟାଙ୍କ୍‌ର ଭିତରୁ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରି ସେମାନଙ୍କ ଉପଯୁକ୍ତ ଯତ୍ନ ନେଉଛନ୍ତି। ନିଆଁ ଲାଗିଥିବା ଟ୍ୟାଙ୍କ୍‌ରରେ ପ୍ରାୟ ୫୫ ଜଣ ଲୋକ ଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ୨ ଭାରତୀୟଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଅଦ୍ୟାବଧି ପ୍ରାୟ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି।

Spread the love