February 17, 2025

‘ସତ୍ତେପେ ସତ୍ତା’ ରିମେକରେ ଅଜୟ!

ମୁମ୍ବାଇ,୨୯/୧୨: ବି’ ଟାଉନର ବିଗ-ବି’ଙ୍କ ଅଭିନୀତ ଚଳଚ୍ଚିତ୍ର ‘ସତ୍ତେପେ ସତ୍ତା’ର ରିମେକ୍ ହେଉଥିବାବେଳେ ଏହାର ଲିଡ ରୋଲରେ ସିଂଘମ୍ ଷ୍ଟାର ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଦିର୍ଘଦିନରୁ ନିର୍ମାତା ଫରାହ ଖାନ ଏବଂ ରୋହିତ ସେଟ୍ଟୀ ଏହି ଫିଲ୍ମର ମୁଖ୍ୟ ଅଭିନେତାଙ୍କ ସନ୍ଧାନ ଜାରି ରଖିଥିଲେ। ତେବେ ଶେଷରେ ଏହାର ଅଫର ଅଜୟ ଦେବଗନଙ୍କୁ ଦିଆଯାଇଥିବା କୁହାଯାଉଛି। ଫିଲ୍ମର ଫିମେଲ ଲିଡରେ କାଟ୍ରିନା କୈଫ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ମାତ୍ର ଅଜୟ ଦେବଗନ ଏପର୍ଯ୍ୟନ୍ତ ଏଥିଲାଗି ହଁ ଭରି ନାହାନ୍ତି। ରୋହିତ ସେଟ୍ଟୀ ତାଙ୍କର ସବୁଠୁ ଭଲ ସାଙ୍ଗ ହୋଇଥିବାରୁ ଏହି ଅଫରକୁ ଅଜୟ ଗ୍ରହଣ କରିବେ ବୋଲି ଆଲୋଚନା ହେଉଛି।

Spread the love