July 27, 2024

Satya News

odia news channel

ଅମିତାଭଙ୍କୁ ‘ଦାଦା ସାହେବ ଫାଲକେ’ ସମ୍ମାନ

ନୂଆଦିଲ୍ଲୀ,୩୦/୧୨: ବି’ ଟାଉନର ବାଦଶାହ ଅମିତାଭ ବଚ୍ଚନଙ୍କୁ ସମ୍ନାନଜନକ ‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଡକ୍ଟର ରାମନାଥ କୋବିନ୍ଦ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ୫୦ତମ ଦାଦା ସାହେବ ଫାଲ୍‍କେ ପୁରସ୍କାର ପ୍ରଦାନ କରିଛନ୍ତି। ଭାରତୀୟ ସିନେମାକୁ ଜୀବନବ୍ୟାପୀ  ଅବଦାନ ପାଇଁ ଏହି ମହାନାୟକଙ୍କୁ ବଲିଉଡର ସର୍ବଶ୍ରଷ୍ଠ ପୁରସ୍କାର ଦାଦା ସାହେବ ଫାଲ୍‍କେ  ପ୍ରଦାନ କରାଯାଇଛି। ଏଥିସହ ଗୋଲ୍ଡେନ୍ ଲୋଟସ୍ ଏବଂ ୧୦ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏହି ପୁରସ୍କାର ଗ୍ରହଣ ଉତ୍ସବରେ  ଅମିତାଭଙ୍କ ସହ ସହଧର୍ମିଣୀ ଜୟା ବଚ୍ଚନ ଉପସ୍ଥିତ ଥିଲେ। ୧୯୬୯ରେ ‘ସାଥ ହିନ୍ଦୁସ୍ତାନୀ’ ଫିଲ୍ମ ଜରିଆରେ ଅମିତାଭ ବଚନ ବଲିଉଡରେ ପାଦ ଥାପିଥିଲେ। ସୂଚନାଯୋଗ୍ୟ, ଡିସେମ୍ବର ୨୩ରେ ଆୟୋଜିତ ହୋଇଥିବା ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଅସୁସ୍ଥତା କାରଣରୁ ଅମିତାଭ ଉପସ୍ଥିତ ନଥିଲେ।

Spread the love