December 15, 2025

ବନ ବିଭାଗର ଅତର୍କିତ ଚଢ଼ାଉ: ୨ଟି ବନ୍ଧୁକ ସହ ହରିଣ ଚମଡା ଜବତ, ୩ ଶିକାରୀ ଗିରଫ

 

ଢ଼େଙ୍କାନାଳ : ବନ ବିଭାଗର ଅତର୍କିତ ଚଢ଼ାଉ। ୨ଟି ବନ୍ଧୁକ ସହ ୩ ଶିକାରୀ ଗିରଫ। ଢେଙ୍କାନାଳ ବନ ବିଭାଗର କର୍ମଚାରୀମାନେ କପିଳାସ ବନାଞ୍ଚଳରେ ଚଢ଼ାଉ କରିଥିଲେ। ଏହି ଘଟଣାରେ ରାମେଇ ଖମାର ଅଞ୍ଚଳରୁ ୩ ଶିକାରୀଙ୍କୁ ଗିରଫ କରାଯାଇଛି।

ଚଢ଼ାଉ ବେଳେ ୨ଟି ଦେଶୀ ବନ୍ଧୁକ ଜବତ ସହ ହରିଣ ଚମଡା ଜବତ ହୋଇଛି। ଗିରଫ ତିନି ଜଣ ହେଲେ ଗଁନ୍ଦିଆ ଥାନା ଅନ୍ତର୍ଗତ ରାମେଇ ଖମାର ଗ୍ରାମର କାମାକ୍ଷା କପିଳେଶ୍ୱର ପିଙ୍ଗୁଆ, ପିର ବାଦ୍ରା ଏବଂ ଅଶୋକ ନାଥ । ଏମାନେ କପିଳାଶ ଅଭୟାରଣ୍ୟରୁ ହରିଣ ଶିକାର କରି ମାଂସ ଓ ଚମଡା ବାହାରକୁ ଚାଲାଣ କରିଥାଆନ୍ତି। ଏହି ଘଟଣା ସଂପର୍କରେ ବନ ବିଭାଗ ଜାଣିବା ପରେ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ରୀ ସ୍କ୍ବାର୍ଡ ରମେଇ ଖମାର ଗାଁରେ ଚଢ଼ାଉ କରିଥିଲେ।

Spread the love