
ବାଙ୍କୀ (ଡମପଡ଼ା) : ବାଙ୍କୀ ଥାନାର ୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଏସ୍.ଆଇ ରହିଥିବା ବେଳେ ଅନ୍ୟଜଣେ ମହିଳା ଏସ୍.ଆଇ ଅନ୍ୟଜଣେ ପୁରୁଷ ଏ.ଏସ୍.ଆଇ ଥିବା ସୂଚନା ମିଳିଛି । ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କୁ ହୋମଆଇସୋଲେସନରେ ରଖାଯାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଘରୋଇ ଏକାନ୍ତ ବାସ କିଟ୍ ପ୍ରଦାନ କରାଯାଇ ଚିକିତ୍ସା ଚାଲିଥିବା ଜଣାପଡିଛି । କରୋନା ମହାମାରୀ ଆରମ୍ଭରୁ ପୁଲିସର ଗୁରୁଦାୟିତ୍ୱ ବଢ଼ିଥିବା ବେଳେ ବାଙ୍କୀ ଥାନା ୩ ଜଣ କର୍ମଚାରୀ ସଂକ୍ରମିତ ହେବାପରେ ଏହି କରୋନା ଯୋଦ୍ଧାମାନଙ୍କ ଆଶୁ ଆରୋଗ୍ୟ ପାଇଁ ବିଭିନ୍ନ ମହଲରୁ ଚର୍ଚ୍ଚିକାଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍