July 27, 2024

Satya News

odia news channel

କାବୁଲ ଦୂତାବାସ ଜୋନ୍‌ରେ ୨୩ ରକେଟ୍‌ ମାଡ଼; ୮ ମୃତ

 

କାବୁଲ: ଶନିବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୁଡ଼ାଏ ରକେଟ୍‌ ମାଡ଼ ହେବା କାରଣରୁ ଅନ୍ୟୂନ ୮ଜଣ ବ୍ୟକ୍ତଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀସୂତ୍ରରୁ ପ୍ରକାଶ।
କାବୁଲ ସହରରେ ଆତଙ୍କବାଦୀମାନେ ୨୩ଟି ରକେଟ୍‌ ନିକ୍ଷେପ କରିଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଏହି ଘଟଣାରେ ୩୧ଜଣ ବ୍ୟକ୍ତି ସହିଦ ହୋଇଛନ୍ତି ଓ ଅନ୍ୟ ୩୧ ଜଣ ଆହତ ହୋଇଛନ୍ତି ବୋଲି ଆକ୍ରମଣ ଲାଗି ତାଲିବାନକୁ ଦାୟୀ କରି ଗୃହ ମନ୍ତ୍ରାଳୟର ମୁଖପାତ୍ର ତାରିକ ଆରିଆନ୍‌ କହିଛନ୍ତି। ପୁଲିସ ମଧ୍ୟ ମୃତ୍ୟୁସଂଖ୍ୟା ସୁନିଶ୍ଚିତ କରିଛି।
ଦୂତାବାସ ଓ ଆନ୍ତର୍ଜାତିକ କମ୍ପାନି ସବୁ ଥିବା ‘ଗ୍ରିନ୍‌ ଜୋନ୍‌’ ସମେତ କେନ୍ଦ୍ରୀୟ ଓ ଉତ୍ତର କାବୁଲର ବିଭିନ୍ନ ଭାଗରେ ସକାଳ ୯ଟା ପୂର୍ବରୁ ଏତେଗୁଡ଼ାଏ ରକେଟ୍‌ ମାଡ଼ ହୋଇଥିବା ଜଣାପଡ଼ିଛି।

ପୂର୍ବରୁ ଗୃହ ବିଭାଗ ମୁଖପାତ୍ର ତାରିକ ଆରିଆନ୍‌ କହିଥିଲେ, ଆଜି ସକାଳେ ଆତଙ୍କବାଦୀମାନେ କାବୁଲ ସହର ଉପରକୁ ୧୪ଟି ରକେଟ୍‌ ନିକ୍ଷେପ କରିଛନ୍ତି। ଦୁର୍ଯୋଗକୁ ରକେଟ୍‌ ସବୁ ଜନବସତି ଅଞ୍ଚଳରେ ପଡ଼ିଛି।

ଏହି ଆକ୍ରମଣରେ ହାତ ନ ଥିବା କଥା ତାଲିବାନ କହିଥିବା ବେଳେ ଅନ୍ୟ କୌଣସି ସଂଗଠନ ଏଥିପାଇଁ ଦାୟୀ ବୋଲି ଦାବି କରିନାହାନ୍ତି।

Spread the love