July 27, 2024

Satya News

odia news channel

‘ଗଙ୍ଗୁବାଈ କାଠିୟାୱାଡ଼ୀ’ର ଫାଷ୍ଟ ଲୁକ: ଆଲିୟା ହେଲେ ମାଫିଆ କ୍ୱିନ

‘ଗଙ୍ଗୁବାଈ କାଠିୟାୱାଡ଼ୀ’ର ଫାଷ୍ଟ ଲୁକ
ଆଲିୟା ହେଲେ ମାଫିଆ କ୍ୱିନ


ମୁମ୍ବାଇ: ସଞ୍ଜୟଲୀଲା ଭଂସାଲୀଙ୍କ ଅପକମିଙ୍ଗ ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡ଼ୀ’ର ଫାଷ୍ଟ ଲୁକ ରିଲିଜ ହୋଇଛି । ଏହି ପୋଷ୍ଟରରେ ଆଲିୟା ଭଟ୍ଟଙ୍କୁ ଗଙ୍ଗୁବାଈଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଭଂସାଲୀ ପ୍ରଡକ୍ସନ ପକ୍ଷରୁ ଜାରି ଫିଲ୍ମର ପୋଷ୍ଟରରେ ଲେଖାଅଛି, ଶକ୍ତି, ତାକତ, ଡର… ଏକ ନଜର, ଏକ ହଜାର ଭାବନାଏଁ । ୬୦ ଦଶକରେ ମୁମ୍ବାଇର କମାଠିପୁରାରେ ବେଶ୍ୟାଳୟ ଚଳାଉଥିବା ଗଙ୍ଗୁବାଇଙ୍କ ଜୀବନ ଉପରେ ଏହି ଫିଲ୍ମ ଆଧାରିତ । ଏହା ପୂର୍ବରୁ ମଙ୍ଗଳବାର ଫିଲ୍ମର ମୋଶନ ପୋଷ୍ଟର ରିଲିଜ କରାଯାଇଥିଲା । ଏବେ ଫାଷ୍ଟ ଲୁକ ସହ ଫିଲ୍ମର ରିଲିଜ ଡେଟ ବି ଘୋଷଣା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୧ରେ ଏହା ମୁକ୍ତିଲାଭ କରିବ ବୋଲି କୁହାଯାଇଛି । ସଞ୍ଜୟଲୀଳା ଭଂସାଲୀ ‘ପଦ୍ମାବତ’ ପରେ ଏହି ସିନେମା ତିଆରି କରୁଛନ୍ତି । ଆଲିୟା ପ୍ରଥମ ଥର ପାଇଁ ଭଂସାଲୀଙ୍କ ଫିଲ୍ମରେ ଅଭିନୟ କରୁଛନ୍ତି ।

Spread the love