October 22, 2024

Satya News

odia news channel

ଦୁଇ ହାତ ହେବେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାହାକୁ ଜୀବନ ସାଥୀ ବାଛିଲେ ଏହି କ୍ରିକେଟର

ଦୁଇ ହାତ ହେବେ ହାର୍ଦ୍ଦିକ ପାଣ୍ଡ୍ୟା l
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିର୍ବନ୍ଧ, ଜାଣନ୍ତୁ କାହାକୁ ଜୀବନ ସାଥୀ ବାଛିଲେ ଏହି କ୍ରିକେଟର


ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନୂଆବର୍ଷ ଆରମ୍ଭରେ ତାଙ୍କର ନିର୍ବନ୍ଧ ଘୋଷଣା କରିଛନ୍ତି l ବିଦେଶୀ ଅଭିନେତ୍ରୀ ନତାସା ଷ୍ଟlନକୋଭିକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛି l ସର୍ବିଆର 27 ବର୍ଷୀୟା ଅଭିନେତ୍ରୀ ତଥା ମଡେଲ ନତସl ମୁମ୍ବାଇରେ ରହି ବଲିଉଡରେ କ୍ୟାରିୟର ଗଢୁଛନ୍ତି l ରିଏଲିଟି ଶୋ ବିଗ ବସର ଜଣେ କଣ୍ଟେଷ୍ଟେଣ୍ଟ ଥିଲେ l ସେ କେତେଗୁଡ଼ିଏ ବଲିଉଡ ସଂଗୀତରେ ମଧ୍ୟ ନୃତ୍ୟ ପରିବେଷଣ କରିଛନ୍ତି l 2013ରେ ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ ‘ସତ୍ୟାଗ୍ରହ’ରେ ସେ ଡେବ୍ୟୁ କରିଥିଲେ l ଏହି ଦୁହିଙ୍କ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା l ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ନିର୍ବନ୍ଧ ଫୋଟୋ ପୋଷ୍ଟ କରି ଏକ ମଜାଦାର କ୍ୟାପ୍ସନ ଲେଖିଛନ୍ତି l ‘ନୂଆ ଫଟାକା ସହିତ ନୂଆବର୍ଷ ଆରମ୍ଭ ବୋଲି ସେ ଉଲ୍ଲେଖ କରିଛନ୍ତି l ଏହି ଅବସରରେ ନୂଆବର୍ଷରେ ଏହି ଯୋଡି ପାଖକୁ ଛୁଟିବାରେ ଲାଗିଛି ଅଭିନନ୍ଦନର ସୁଅ l

Spread the love