ଭୁବନେଶ୍ୱର,୮/୨: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବଜେଟ ଅନୁମୋଦନ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପଞ୍ଚମ ଅର୍ଥ ଆୟୋଗ ଆକ୍ସନ ଟେକେନ୍ ରିପୋର୍ଟ ଉପସ୍ଥାପିତ ହୋଇଛି। ଓଡ଼ିଶା ସିଭିଲ ସର୍ଭିସ ରୁଲ ସଂଶୋଧନ ହେବା ସହ ଓଡ଼ିଶା ସିଭିଲ ରିହାବିଲିଟେସନ ବିଲ ଆସିବା ନେଇ ବୈଠକରେ ଧାର୍ଯ୍ୟ ହୋଇଛି। ଏଣିକି ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁହେଲେ ପରିବାର ଲୋକଙ୍କୁ ଗ୍ରୁପ ଡି ପଦବୀରେ ଚାକିରି ମିଳିବ। ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେ ବି ତାଙ୍କ ପରିବାର ସଦସ୍ୟଙ୍କୁ ଗ୍ରୁପ-ଡି ଅନୁସାରେ ନିଯୁକ୍ତି ମିଳିବ। ସେହିପରି ଗ୍ରାମୀଣ ପାନୀୟଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ସୁନ୍ଦରଗଡ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ସୂଚନା ମିଳିଛି। ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୩ଟି ବ୍ଲକର ସବୁ ଗାଁ’କୁ ପାଣି ମିଳିବ। ସେହିପରି କୁଅଁରମୁଣ୍ଡା ବ୍ଲକରେ ହେବାକୁ ଥିବା ପ୍ରକଳ୍ପ ପାଇଁ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ଦ୍ୱାରା ୨ ଲକ୍ଷ ଲୋକ ଉପକୃତ ହେବେ। ସେହିଭଳି ଏସଟିପିଆଇର ଯେକୌଣସି ଜାଗାରେ କେନ୍ଦ୍ର ହେଲେ ୩ ଏକର ପର୍ଯ୍ୟନ୍ତ ମାଗଣା ଦିଆଯିବ ବୋଲି ବୈଠକରେ ଅନୁମୋଦନ ଲାଭ କରିଛି। ଓଡିଶା ଖଣି ନିଗମର ଦୀର୍ଘ ମିଆଦି ଲିଂକେଜକୁ ଅନୁମୋଦନ ମିଳିଛି। ବିଧାନସଭା ତୃତୀୟ ଅଧିବେଶନକୁ ମଧ୍ୟ ବୈଠକରେ ମଞ୍ଜୁରୀ ମିଳିଛି। ପଞ୍ଚଦଶ ଅର୍ଥ କମିଶନଙ୍କ ରିପୋର୍ଟକୁ ମଧ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଥିବା ଜଣାପଡ଼ିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍