July 27, 2024

Satya News

odia news channel

‘ପରୀକୁ ନ୍ୟାୟ’: ଲିଙ୍ଗରାଜ ମନ୍ଦିରରୁ ଯଦୁପୁର ପର୍ଯ୍ୟନ୍ତ ବିଜେପିର ୫ ଦିନିଆ ପଦଯାତ୍ରା କାର୍ଯ୍ୟକ୍ରମ

 

ଭୁବନେଶ୍ୱର: ନାବାଳିକା ପରୀ ଓ ତାର ପରିବାରକୁ ନ୍ୟାୟ ପ୍ରଦାନ, ଘଟଣାର ସିବିଆଇ ତଦନ୍ତ ଓ ଅନ୍ୟାନ୍ୟ ଦାବିରେ ବିଜେପି ଆସନ୍ତା ୨୦ ତାରିଖରେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରଠାରୁ ପରୀର ଗାଁ ଯଦୁପୁର ପର୍ଯ୍ୟନ୍ତ ଚଳାଇବ ୫ ଦିନିଆ ପଦଯାତ୍ରା । ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଏ ସମ୍ପର୍କରେ ଘୋଷଣା କରିଛନ୍ତି ।

ଗତ ୨ ବର୍ଷ ଭିତରେ ରାଜ୍ୟରୁ ୫୫୦୦ ଶିଶୁ ନିଖୋଜ ହୋଇଛନ୍ତି। ସେମାନଙ୍କ ମା’ର କୋଳ ଶୂନ୍ୟ ହୋଇଛି। ତାଙ୍କ ଛାତିର କୋହକୁ ଶୁଣିବା ପାଇଁ କି ଆଖିର ଲୁହକୁ ପୋଛିବା ପାଇଁ ସରକାରଙ୍କ ନା ଅଛି ଆଗ୍ରହ ନା ଅଛି ପ୍ରୟାସ। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ସରକାରଙ୍କ ଏହି ସମ୍ବେଦନହୀନତା ଏବଂ ଅପରାଧୀକୁ ଘଂଟ ଘୋଡାଇବା ଅପଚେଷ୍ଟାକୁ ବିରୋଧ କରି ଏବଂ ପରୀକୁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଆସନ୍ତା ଡିସେମ୍ବର ୨୦ ତାରିଖରେ ଭୁବନେଶ୍ୱରସ୍ଥିତ ମହାପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ ‘ପରୀ’ ର ଗାଁ ନୟାଗଡର ଯଦୁପୁର ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ‘ପରୀକୁ ନ୍ୟାୟ ପଦଯାତ୍ରା’ରେ ବାହାରିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

 

Spread the love