July 27, 2024

Satya News

odia news channel

ପଶ୍ଚିମବଙ୍ଗରେ ରାଜନୀତି ବିସ୍ଫୋରକ: ରାଜ୍ୟପାଳଙ୍କ ଚେତାବନୀ- ସମ୍ବିଧାନର ସୀମା ନ ଟପନ୍ତୁ ମମତା, ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ !

 

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରାଜନୀତି ବିସ୍ଫୋଟକ ରୂପ ନେଇଛି। ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଉପରକୁ ପଥର ମାଡ ଘଟଣାକୁ ନେଇ ବିଜେପି ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ମମତାଙ୍କୁ ଚରମବାଣୀ ଶୁଣାଇ କହିଛନ୍ତି, ସମ୍ବିଧାନର ସୀମା ନ ଟପନ୍ତୁ ମମତା। ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ପରୋକ୍ଷରେ ଚେତାବନୀ ମଧ୍ୟ ଦେଇଛନ୍ତି।

ପଶ୍ଚିମବଙ୍ଗରେ ରାଜନୀତି ସରଗରମ। ଘନେଇବାରେ ଲାଗିଛି ବିଜେପି ସଭାପତି ଜେପି ନଡ୍ଡାଙ୍କ ଗାଡ଼ି ଉପରକୁ ପଥର ମାଡ଼ ଘଟଣା। ରାଜ୍ୟର ଆଇନ ଶୃଂଖଳା ବ୍ୟବସ୍ଥା ନେଇ ଗୃହମନ୍ତ୍ରାଳୟକୁ ରାଜ୍ୟପାଳ ଜଗଦୀପ ଧନକଡ଼ ରିପୋର୍ଟ ଦେଇଛନ୍ତି। କେବଳ ରିପୋର୍ଟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ଧନକଡ଼। । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଉଠାଇଛନ୍ତି ପ୍ରଶ୍ନ । ରାଜ୍ୟ ପୋଲିସ କଣ ରାଜନୈତିକ ପୋଲିସ ହୋଇଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଅଲଟିମେଟମ୍ ଦେଇ ରାଜ୍ୟପାଳ କହିଛନ୍ତି ମମତା ସମ୍ବିଧାନର ସୀମା ଭିତରେ ରହି କାମ କରନ୍ତୁ, ନିଆଁ ସହ ନଖେଳନ୍ତୁ। ରାଜ୍ୟପାଳ ଜଗଦୀପ ଧନଖଡ୍ ପରୋକ୍ଷରେ ରାଷ୍ଟ୍ରପତି ଶାସନର ଚେତାବନୀ ଦେଇ କହିଛନ୍ତି ସମ୍ବିଧାନର ପାଳନ ନହେଲେ ତାଙ୍କ ଭୂମିକା ଆରମ୍ଭ ହୋଇଯିବ ବୋଲି କହିଛନ୍ତି।

ପଶ୍ଚିମବଙ୍ଗ ଡିଜିପି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ରାଜ୍ୟରେ ରାଜନୈତିକ ହିଂସା ରୋକିବାରେ କି ପଦକ୍ଷେପ ନେଇଛ ଜଣାଇବାକୁ କୁହାଯାଇଛି। ସେପଟେ ରାଜ୍ୟପାଳଙ୍କ ରିପୋର୍ଟ ପାଇବା ପରେ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହ ମନ୍ତ୍ରୀ ଅମିତ୍ ଶାହା। ଗୃହ ମନ୍ତ୍ରୀ ୧୯ ଓ ୨୦ ତାରିଖରେ ପଶ୍ଚିମବଙ୍ଗ ଯିବେ। ଏହାକୁ ନେଇ ବିଜେପି ଓ ଟିଏମସି ନେତାଙ୍କ ମଧ୍ୟରେ ବୟାନବାଜି ଜୋର ଧରିଛି। ଦିଲ୍ଲୀ ରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ଆଗକୁ ପଶ୍ଚିମବଙ୍ଗରେ ନିର୍ବାଚନ ଆସୁଛି। ତେଣୁ ରାଜନୈତିକ ହିଂସା ରୋକିବାରେ ଯଦି ଠୋସ ପଦକ୍ଷେପ ନିଆ ନଯାଏ ତେବେ ଏହା ସଂଘର୍ଷ ରୂପ ନେବା ଆଶଙ୍କା ସୃଷ୍ଟି କଲାଣି।

Spread the love