ଗଞ୍ଜାମ,୨୯/୧୨: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି.ତୁରୁବୁଡି ଗାଁ’ରେ ବିଷାକ୍ତ ରାସାୟନିକ ଗ୍ୟାସ୍ ପ୍ରଭାବରେ ୩ ଭଉଣୀଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ସୋନା ରେଡ୍ଡି(୭), ଚିକିନା ରେଡ୍ଡି(୬) ଓ ବର୍ଷା ରେଡ୍ଡି(୧୦)। ରାତିରେ ଶୋଇଥିବା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ୩ ଭଉଣୀଙ୍କର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, କୋଠରିରେ ଥିବା ଚାଉଳ ଔଷଧ ପ୍ରଭାବରେ ୩ ଭଉଣୀ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଡିସେମ୍ବର ୨୫ ତାରିଖ ରାତିରେ ମେଡିକାଲ ନିଆଯାଇଥିବାବେଳେ ସେଠାରେ ୩ ଭଉଣୀଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
More Stories
ରାଜନୈତିକ ଶତ୍ରୁତାରୁ ୨ଜଣଙ୍କୁ ହତ୍ୟା
୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ
ଜନନୀ ସୁରକ୍ଷା ଯୋଜନା ଅପହଞ୍ଚ: ଖୋଲା ପଡ଼ିଆରେ ପ୍ରସବ କଲେ ମହିଳା