July 27, 2024

Satya News

odia news channel

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୨ ମୃତ, ୨୮ ଆହତ

ଭଦ୍ରକ,୩/୧: ଭଦ୍ରକ ଜିଲ୍ଲା ବନ୍ତ ଛକ ଓଭରବ୍ରିଜ ଉପରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ତୀର୍ଥଯାତ୍ରୀ ବସ୍ ସହ ଗୋଟିଏ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି। ମୃତକଦ୍ବୟ ହେଉଛନ୍ତି ଭଦ୍ରକର ଶେଖ ନିଜାମୁଦ୍ଦିନ ଓ ବିଶାଖପାଟଣାର ଇଦରୁସ ବାସା। ଆହତମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକସ୍ଥିତ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ରେଡକ୍ରସ ପକ୍ଷରୁ ଆହତଙ୍କୁ ୫ହଜାର ଟଙ୍କାର ସହାୟତା ଦିଆଯାଇଛି। ସେହିଭଳି ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଦିଆଯାଇଛି।

Spread the love