May 14, 2025

ପାରାଦୀପରେ ବାର୍ଡ ଫ୍ଲୁ ଆଶଙ୍କା

ପାରାଦୀପ,୩/୧: ପାରାଦୀପର ବଡ଼ପଡ଼ିଆ, ନୂଆବଜାର ଓ ମଧୂବନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନେକ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ପାରାଦୀପରେ ବାର୍ଡ ଫ୍ଲୁ ଆଶଙ୍କା ପ୍ରକାଶ ପାଇଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପ୍ରାଣୀଧନ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଦୁଇବର୍ଷ ପୂର୍ବେ ପାରାଦୀପରେ ବାର୍ଡ ଫ୍ଲୁ ହୋଇଥିବାବେଳେ ଏବେ  କାଉ ମଡ଼କକୁ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଛନ୍ତି। ପ୍ରାଣୀଧନ ବିଭାଗ ମୃତ କାଉଙ୍କ ନମୂନା ସଂଗ୍ରହ କରିଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରାଣୀଧନ ଚିକିତ୍ସକ ପ୍ରକାଶ କରିଛନ୍ତି।

Spread the love