May 16, 2026

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ନବରଙ୍ଗପୁର,୭/୧: ଏଥର ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ପ୍ରଧାନଶିକ୍ଷକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଭାଗ ପକ୍ଷରୁ ଏକକାଳୀନ ପାଞ୍ଚଟି ଜାଗାରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି। ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ରାଇଘରଠାରେ ଥିବା ତିନିଟି ଘର, ଦୋକାନ ଗୃହ, ଗୋଦାମ ଏବଂ  ସ୍କୁଲରେ ଚଢ଼ାଉ ଜାରିରହିଛି। ଏହି ଚଢ଼ାଉରେ ୩୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି।

Spread the love