July 27, 2024

Satya News

odia news channel

ଏଣିକି କମିବ ଶୀତ

ଭୁବନେଶ୍ବର,୧୧/୨: ରାଜ୍ୟରେ ଏଣିକି ଥଣ୍ଡା କମିବା ସହ ଆଉ ଆଗଭଳି ଶୀତ ଅନୁଭୂତ ହେବନାହିଁ। ଆସନ୍ତା ସପ୍ତାହକ ଭିତରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ଏବଂ ଦିନର ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏଥିସହ ଦୁଇ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୧ ତାରିଖରେ ଅନୁଗୁଳ, ବାଲେଶ୍ବର, ସୋନପୁର, ଝାରସୁଗୁଡ଼ା, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଲାଗିରହିବ। ଏଥିସହ ସୋନପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିରେ ଘନ କୁହୁଡ଼ି ଜାରି ରହିବ। ଏହାପରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିଛି। ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୯ ଡିଗ୍ରି ଥିବା ବେଳେ ଝାରସୁଗୁଡ଼ାରେ ୯.୬ ଡିଗ୍ରି ରହିଥିଲା। ଅନ୍ୟ ସମସ୍ତ ସହରର ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିବା ସୂଚନା ମିଳିଛି।

Spread the love