July 27, 2024

Satya News

odia news channel

ଆନିମେଶନ ସାହାଯ୍ୟରେ ଭଲ ଶିଖନ୍ତି ପିଲା

ଆନିମେଶନ ସାହାଯ୍ୟରେ ଭଲ ଶିଖନ୍ତି ପିଲା

ଆନିମେଟେଡ ପୁସ୍ତକ ମାଧ୍ୟମରେ ପିଲାମାନେ ବେଶି ସହଜରେ ଶିଖିପାରନ୍ତି । ଯେଉଁ ଶିଶୁଙ୍କୁ କୌଣସି ବି ବିଷୟ ବୁଝିବାରେ ଅସୁବିଧା ହେଉଥିବ, ତାଙ୍କୁ ଆନିମେଟେଡ କାହାଣୀ କବିତା ବତାଇ ଦିଆଗଲେ ସେମାନେ ତାକୁ ଭଲ ଭାବେ ବୁଝିପାରନ୍ତି । ଡାଇଟ୍ରିକ କଲେଲ ଅଫ ଇନଷ୍ଟିଚୁ୍ୟଟ ଆଣ୍ଡ ସାଇନ୍ସର ଅଧ୍ୟୟନରେ ଏହା ଦାବି କରାଯାଇଛି ।
ଡାଇଟିକ କଲେଜରେ ସାଇକୋଲୋଜି ପଢ଼ାଉଥିବା ପ୍ରଫେସର ଏରିକ ଥିୟେସନ କହିଛନ୍ତି ଯେ କିଛି ସମୟ ହେବ ଡିଜିଟାଲ ଫ୍ଲାଟଫର୍ମର ଲୋକପ୍ରିୟତା ବହୁଗୁଣିତ ହୋଇଛି । ଏବଂ ପିଲାମାନଙ୍କ ଶିକ୍ଷାରେ ମଧ୍ୟ ଏହାର ଅବଦାନ ରହିଛି ।

ଡିଜିଟାଲ ଲର୍ଣ୍ଣିଂରେ ଶିଶୁଙ୍କ ରୁଚି: ଏରିକ କହନ୍ତି, କମ୍ପୁ ୍ୟଟର, ସ୍ମାର୍ଟଫୋନ ଓ ଟାବଲେଟ ଦୁନିଆରେ ଲୋକଙ୍କ ଏହି କଥାକୁ ନେଇ ଚିନ୍ତା ହୋଇଥାଏ ଯେ ସେମାନଙ୍କ ପିଲାମାନେ କୌଣସି ଜିନିଷ ଶିଖି ପାରିବେ କି ପାରିବେନି । ହେଲେ ଏହା ସେମାନଙ୍କର ଏକ ଭ୍ରମ ।
ଗବେଷଣା ସମୟରେ ଯେତେବେଳେ ପିଲାଙ୍କୁ ଇ-ବୁକ୍ସ, କମ୍ପୁ ୍ୟଟର, ସ୍ମାର୍ଟଫୋନ, ଟାବଲେଟ ଆଦି ଦିଆଗଲା ତା’ପରେ ପିଲାମାନେ ଅଧିକରୁ ଅଧିକ ଜାଣିବାକୁ ପାଇଲେ । ଅଧ୍ୟୟନରୁ ଜଣାପଡ଼ିଲା ଯେ ପିଲାଙ୍କୁ ଆନିମେଟେଡ ଭିଡିଓ ଜରିଆରେ କୌଣସି କାହାଣୀ ବତାଇ ଦିଆଗଲେ ସେଥିରେ ସେମାନଙ୍କ ରୁଚି ବଜାୟ ରହୁଛି । ସେମାନଙ୍କ ମସ୍ତିଷ୍କ ଭିତରେ ସହଜରେ ପ୍ରବେଶ କରୁଛି ।
ଲାଭଦାୟକ ହୋଇପାରେ ଆପ: ଆଜି ଏପରି ଅନେକ ଆପ ଉବଲବ୍ଧ, ଯାହା ଦ୍ୱାରା କୌଣସି ବି ବିଷୟରେ ସୂଚନା ମଳିଯାଉଛି । ତେବେ ଏପରି କେତେକ ଆପ ଓ ଆନିମେଟେଡ ଭିଡିଓ ଅଛି, ଯାହା ପିଲାଙ୍କ ଶିକ୍ଷା ଅନୁସାରେ ଉଚିତ ନୁହେଁ । କିନ୍ତୁ ଆମେ ଯଦି ସେମାନଙ୍କୁ ଆହୁରି ଭଲ ହୁଅନ୍ତୁ ବୋଲି ଚାହୁଁଛୁ ତେବେ ପିଲାମାନଙ୍କ ପାଇଁ ଏହା ଲାଭଦାୟକ ହେବ ।
ନୂଆ ତରିକାରେ ଶିଖିବାରେ ପିଲାଙ୍କ ଉତ୍ତମ ପ୍ରତିକ୍ରିୟା: ଅଧ୍ୟୟନ ବେଳେ ସବୁଠୁ ପ୍ରଥମେ ବହି ପଢ଼ାଇ ପିଲାଙ୍କୁ ଶିଖାଯାଇଥିଲା । ପରେ ସେମାନଙ୍କୁ ଡିଜିଟାଲ ମାଧ୍ୟମରେ ବୁଝାଇଦିଆଗଲା । ଏଥିରେ ପିଲାଙ୍କୁ ଶିଖାଇବା ସହ ସେହି କାହାଣୀ ସମ୍ପର୍କିତ ଛବି ସ୍କ୍ରିନରେ ଦେଖାଗଲା ଏବଂ ତା’ ସହ ମେଳଖାଉଥିବା ଗୀତ ମଧ୍ୟ ଶୁଣାଇ ଦିଆଗଲା । ପିଲାମାନେ କହିଲେ ଯେ ପୂର୍ବ ତୁଳନାରେ ସବୁ ବିଷୟକୁ ସହଜରେ ବୁଝି ହେଉଛି ।

Spread the love