July 27, 2024

Satya News

odia news channel

ନୂଆବର୍ଷରେ ଯୁବପିଢ଼ି ନେଇପାରିବେ ସଂକଳ୍ପ । ୨୦୨୦ ପାଇଁ ଏଇ ଦଶଟିରୁ ବାଛନ୍ତୁ ଗୋଟିଏ ରିଜୋଲୁଶନ

ନୂଆବର୍ଷରେ ଯୁବପିଢ଼ି ନେଇପାରିବେ ସଂକଳ୍ପ ।
୨୦୨୦ ପାଇଁ ଏଇ ଦଶଟିରୁ ବାଛନ୍ତୁ ଗୋଟିଏ ରିଜୋଲୁଶନ

୨୦୧୯ର ୩୬୫ ଦିନ ଅପସରିଯାଇଛି କ୍ୟାଲେଣ୍ଡର ପୃଷ୍ଠାରୁ । ଆସିଛି ନୂଆ ସମ୍ଭାବନାମୟ ସମୟ ନେଇ ୨୦୨୦ । ଏହି ମୁହୂର୍ତ୍ତ ନୂଆ ସଂକଳ୍ପ ନେବାର ସମୟ, ବିଶେଷକରି ଯୁବବର୍ଗଙ୍କ ପାଇଁ । ସେମାନେ ଆତ୍ମସମୀକ୍ଷା କରିବେ ଓ ନୂଆବର୍ଷରେ ନୂଆ ସଂକଳ୍ପ ନେବେ । ଆସନ୍ତୁ ଜାଣିବା ଏପରି ୧୦ଟି ସଂକଳ୍ପ ସମ୍ପର୍କରେ ଯାହାକୁ ଆପଣାଇଲେ ଯୁବକ-ଯୁବତୀଙ୍କ ପଦଚୁମ୍ବନ କରିବ ସଫଳତା ।

 Happy New Year 2020

୧. ବ୍ୟାୟାମ କରିବି: ନୂଆବର୍ଷର ୧ ତାରିଖରୁ ନିୟମିତ ବ୍ୟାୟାମ କରିବା ଯୁବପିଢ଼ି ପାଇଁ ପ୍ରଥମ ସଂକଳ୍ପ । କିନ୍ତୁ ସକାଳେ ଶୀଘ୍ର ଉଠିବା ଏକ ବଡ଼ ଚ୍ୟାଲେଞ୍ଜ । ଅନେକେ ସକାଳେ ଜଲଦି ଉଠନ୍ତି ନାହିଁ ଓ ଜିମ ଯାଇପାରନ୍ତି ନାହିଁ । କିନ୍ତୁ ପ୍ରତ୍ୟେକ ବର୍ଷ ପହିଲାରୁ ବ୍ୟାୟାମ କରିବା ରିଜୋଲୁଶନ ସୂଚୀରେ ଜରୁର ରହିଥାଏ ।

୨. ବ୍ୟସନ ଛାଡ଼ିବି: ମଦ, ସିଗାରେଟ ଓ ଅନ୍ୟ ବଦଭ୍ୟାସରେ କବଳିତ ଯୁବକମାନେ ବର୍ଷର ପ୍ରଥମ ଦିନରୁ ହିଁ ସେଗୁଡ଼ିକୁ ଛାଡ଼ିବା କଥା କହିଥାନ୍ତି । କିନ୍ତୁ ଏହା କେତେ ଦୂର ହୋଇପାରିଥାଏ ତାହା ଦେଖିଲା ପରେ ଜାଣିହୁଏ । ଏଥର ନିଶ୍ଚୟ ଛାଡ଼ିବି… ଅଧିକରୁ ଅଧିକ ଯୁବକ ଏହି ସଂକଳ୍ପକୁ ଆପଣାଇ ସଫଳତା ପଥର ପଥିକ ହୁଅନ୍ତୁ ।

୩. ସୋସିଆଲ ମିଡିଆକୁ ଯିବି ନାହିଁ: ହ୍ୱାଟସଆପ, ଫେସବୁକ ଓ ଇନଷ୍ଟାଗ୍ରାମର ଜାଲରେ ଛନ୍ଦି ହୋଇଯାଇଥିବା ଯୁବପିଢ଼ି ନୂଆବର୍ଷରେ ଏଥିରୁ ଯଥାସମ୍ଭବ ଦୂରେଇ ରହିବାକୁ ଚାହାଁନ୍ତି । ସୋସିଆଲ ମିଡିଆ ଗୋଟିଏ ପଟେ ଏକାଗ୍ରତା ନଷ୍ଟ କରୁଛି ତ ଆଉ ଗୋଟିଏ ପକ୍ଷେ ମନକୁ ବିଚଳିତ ସହ ଆମ ସମୟ ବରବାଦ କରୁଛି । ତେଣୁ ସେମାନଙ୍କ ଚିଠାରେ ଏହି ସଂକଳ୍ପ ବି ଉଲ୍ଲେଖ ହୋଇ ରହିବା ଦରକାର ।

୪. ଏ ବର୍ଷ ମୁଁ ଓଜନ କମାଇଦେବି: ଝିଅମାନେ ଆଜିକାଲି ନିଜକୁ ମ୍ୟାଣ୍ଟେନ କରୁଛନ୍ତି । ଏମିତିରେ ଅଧିକ ଓଜନିଆ ଯୁବତୀ ଚାହିଁବେ ଯେ ଏଥର ଜିମ ଯିବେ ଓ ନିଜ ଓଜନ କମାଇଦେବେ । ୨୦୨୦ରେ ନିଶ୍ଚୟ ।

୫. ଏବେ ସିଙ୍ଗଲ ରହିବି: ରିଲେଶନସିପର ଜମାନା । ତେଣୁ ସ୍କୁଲ କଲେଜରେ ପଢ଼ୁଥିବା କେତେକ ଷ୍ଟୁଡେଣ୍ଟ ମଧ୍ୟ ରିଲେଶନସିପରେ ରହୁଛନ୍ତି । ନୂଆବର୍ଷରେ ସିଙ୍ଗଲସ ଚାହିଁବେ କି ଏବର୍ଷ ସିଙ୍ଗଲ ହିଁ ରହିବେ ଓ ନିଜ କ୍ୟାରିୟର ଉପରେ ଧ୍ୟାନ ଦେବେ ।

୬. ଭାଙ୍ଗିବି ନାହିଁ ସିଗନାଲ: ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବି, ସିଗନାଲ ଭାଙ୍ଗିବି ନାହିଁ ଓ ଟ୍ରାଫିକର ସବୁ ନିୟମକୁ ପାଳନ କରିବି । ଡ୍ରାଇଭ କରିବା ସମୟରେ ହେଡଫୋନ ଲଗାଇବିନି । ଏହି ବର୍ଷ ଯୁବପିଢ଼ିଙ୍କ ଲିଷ୍ଟ ଟ୍ୱେଣ୍ଟିରେ ଏହା ମଧ୍ୟ ସ୍ଥାନ ପାଇବା ଉଚିତ । ଯଦି ଏହି ସଂକଳ୍ପକୁ ସେମାନେ ପୂରଣ କରିବେ ତେବେ ଭଲ ହେବ ।

୭. ଘର ଲୋକଙ୍କୁ ଟାଇମ ଦେବି: ଜବ୍ ଓ ଅନ୍ୟ ବ୍ୟସ୍ତତା ହେତୁ ଯୁବକଯୁବତୀ ନିଜ ପରିବାରକୁ ସମୟ ଦେଇ ପାରି ନଥାନ୍ତି । ସେମାନଙ୍କ ଅଧିକାଂଶ ସମୟ ତ ଅଫିସରେ କିମ୍ବା ସାଙ୍ଗମାନଙ୍କ ଗହଣରେ ବିତିଥାଏ । ଏମିତିରେ ସେମାନେ ସଂକଳ୍ପ ନିଅନ୍ତୁ…. ଅଧିକରୁ ଅଧିକ ଘରେ ହିଁ ରହିବେ ।

୮. ଭେଜିଟେରିଆନ ହେବି: ଯୁବବର୍ଗ ପାଇଁ ନୂଆବର୍ଷର ସଂକଳ୍ପ ଖାଇବାପିଇବା ସହିତ ଜଡ଼ିତ । ଏଥର ସେମାନଙ୍କ ରିଜୋଲୁଶନରେ ସାମିଲ କରିପାରିବେ ଯେ ସେମାନେ ନନଭେଜ ଖାଇବେ ନାହିଁ । ଅଥବା ଶୁଦ୍ଧ ଶାକାହାରୀ ପାଲଟିଯିବେ ।

୯. କାହାକୁ ହର୍ଟ ବା ଝଗଡ଼ା କରିବିନି: ବିଦାୟୀ ବର୍ଷରେ ସାଙ୍ଗମାନଙ୍କ ସହ ବହୁତ ଲଢ଼େଇ ହୋଇଛି । କାହା ଉପରେ ରାଗିଛି ତ କାହାକୁ ହର୍ଟ କରିଛି । ନୂଆବର୍ଷ କାହା ସହିତ ଝଗଡ଼ା କରିବି ନାହିଁ କି କାହା ମନରେ ଆଘାତ ଦେବି ନାହିଁ ।

୧୦. ନିଃସ୍ୱାର୍ଥ ସାହାଯ୍ୟ: ଏହି ବର୍ଷ ନିଜ ସ୍ୱାର୍ଥ ଓ ଅନ୍ୟକୁ ସାହାଯ୍ୟ ନକରିବାର ଅନେକ ମାମଲା ଆଗକୁ ଆସିଛି । ଆମକୁ କାହାର ସାହାଯ୍ୟ ଜରୁରୀ ଥିଲେ ଏହି ବିଷୟ ମନେପଡ଼େ । ଏଥିପାଇଁ ଯୁବପିଢ଼ି ଚାହିଁବେ ଯେ ସେମାନେ ଏହି ବର୍ଷ ଅଧିକରୁ ଅଧିକ ସାଙ୍ଗ ଓ ଲୋକମାନଙ୍କୁ ସାହାଯ୍ୟ କରିବେ, ଯଦ୍ୱାରା ସେମାନଙ୍କୁ ବି ସହଯୋଗ ମିଳୁଥିବ ।

Happy New Year 2020
Spread the love