July 27, 2024

Satya News

odia news channel

ଅଁଳାର ଔଷଧୀୟ ଗୁଣ

ଅଁଳାର ଔଷଧୀୟ ଗୁଣ

ଅଁଳାକୁ ସାଧାରଣତଃ ଅମୃତ ସମାନ ଧରାଯାଇଥାଏ l ତ୍ରିଫଳାର ତିନି ଫଳ ମଧ୍ୟରୁ ଏହା ଅନ୍ୟତମ l ଏଥିରେ ପ୍ରୋଟିନ, କ୍ୟାଲସିୟମ, ଫସଫରସ, ଲବଣ ଓ ଭିଟାମିନ-ସି ରହିଥାଏ, ଯାହା ଶରୀର ପାଇଁ ଅତି ହିତକର l ଏହି ଉପାଦେୟ ଅଁଳାର କେତେକ ଔଷଧୀୟ ଗୁଣ ଜାଣନ୍ତୁ….

-ଅଁଳା ଖାଇଲେ ଦୃଷ୍ଟିଶକ୍ତି ତୀକ୍ଷ୍ଣ ହୋଇଥାଏ l
-ଅଁଳା ରକ୍ତ ସଫାକରେ, ଖାଦ୍ୟ ହଜମ କରେ ଓ କଫ କମାଏ l
-ହୃଦରୋଗୀମାନଙ୍କ ପାଇଁ ଏହା ବିଶେଷ ଉପକାରୀ ଅଟେ l
-ଅଁଳା ଓ ଧନିଆଁକୁ ରାତିରେ ପାଣିରେ ଭିଜାଇ ସକାଳୁ ସେହି ପାଣିକୁ ଛାଣି ପିଇଲେ ମୁଣ୍ଡ ବୁଲାଇବା ଦୂର ହୋଇଥାଏ l
-ପରିସ୍ରା ପୋଡା ହେଉଥିଲେ ଅଁଳା ରସରୁ 40 ଗ୍ରାମ ଓ ମହୁ 25 ଗ୍ରାମ ମିଶାଇ ଦିନକୁ ଦୁଇ ଘଣ୍ଟାରେ ଥରେ ଖାଇଲେ ଆରୋଗ୍ୟ ହୋଇଥାଏ l
-ଅଁଳା ଗୁଣ୍ଡକୁ ବାଟି ମୁଣ୍ଡରେ କିମ୍ବା ନାକରେ ଲେପଦେଲେ ମୁଣ୍ଡବ୍ୟଥା ଦୂର ହୋଇଥାଏ l

Spread the love